ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ‘ମାସା’ ତରଫରୁ ଦାବିପତ୍ର

ରାଇରଙ୍ଗପୁର ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ‘ମାସା’ ତରଫରୁ ଦାବିପତ୍ର

 ମୟୂରଭଞ୍ଜ- ୧/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବଵୃହତ୍ତମ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ଆଜି ମୟୂରଭଂଜ ଆଦିବାସୀ ଛାତ୍ର ସଂଗଠନ( ମାସା) ତରଫରୁ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ସମସ୍ୟା ମଧ୍ୟରେ ବିଭିନ୍ନ କୋଠରୀର ନାମଫଳକ ନାହିଁ ,ନୂତନ କୋଠରୀରେ ରୋଗୀଶଯ୍ଯାର ଅଭାବ,ନୂତନ କୋଠରୀରେ ସିସି କେମେରା ନ ଲଗାଯିବା,ପ୍ରବେଶ ଦ୍ଵାର କାମ ସ୍ଥଗିତ,ଆବଶ୍ୟକୀୟ ଡାକ୍ତର ଓ ନର୍ସ ନିଯୁକ୍ତି,ଛୋଟ ଛୋଟ ସମସ୍ୟା ନେଇ ରୋଗୀମାନଙ୍କୁ ଅଯଥା ବାରିପଦା ସ୍ଥାନାନ୍ତରିତ କରିବା, ଶବକୁ ଏଣେ ତେଣେ ନ ରଖି ଶବ ଗୃହରେ ରଖିବା ଇତ୍ୟାଦି । ସାଧାରଣ ଜନତାଙ୍କ ଏହି ମୌଳିକ ସମସ୍ୟା ପ୍ରତି ଗୁରୁତ୍ବ ଦେବାପାଇଁ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କୁ ଅବଗତ କରାଇବା ସହ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ମାସା ସଂଗଠନର ଵାମନଘାଟୀ ସଭାପତି ସୁନିଲ ସୋରେନ ,ସଂପାଦକ ରାମ ମୁର୍ମୁ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ । ଆଗକୁ ଯଦି ଏହାର ସମାଧାନ କରା ନ ଯାଏ ତାହାହେଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ଉପୁଜିବା ସେଥିପ୍ରତି ହସ୍ପିଟାଲ କତୃପକ୍ଷ ଦାୟୀ ରହିବେ ବୋଲି ନେତୃବୃନ୍ଦ କହିଥିଲେ ।

ମୟୂରଭଞ୍ଜ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

Sunil Chandra Nayak

ଜନ କଲ୍ୟାଣ ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟନ

Sunil Chandra Nayak

ମୋବାଇଲ ଫାଟି ନାବାଳକ ଆହତ 

masiha

Leave a Comment

error: Content is protected !!