ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡାବୁଗାଁ ହାଟରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଡକାୟତି ନେଇ ଥାନାରେ ଏତଲା

ଡାବୁଗାଁ ହାଟରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଡକାୟତି ନେଇ ଥାନାରେ ଏତଲା 

ଡାବୁଗାଁ, ୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସାପ୍ତାହିକ ହାଟରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଡକାୟତି ହୋଇଥିବା ନେଇ ଗୁରୁବାର ସନ୍ଧ୍ୟାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟନଗରମ ଜିଲାର କୋଡବାଲସା ଥାନା ଅଧୀନ କୋଡବାଲସା ଗ୍ରାମର ରଙ୍ଗଲୀ ନାୟଡୁ ଙ୍କ ସହ ସେହି ଗ୍ରାମର ଗୋଲ୍ଲାପାଲ ଗୋଲ୍ଲା, ଗୋରିପେଲ୍ଲୀ ସମେସ ରାଓ, ବଡଲୁ ଅରାଲବାଡୁ ପ୍ରମୁଖ ମିଶି ନବରଙ୍ଗପୁର ଜିଲା ଡାବୁଗାଁ ସାପ୍ତାହିକ ହାଟ କୁ ଗାଈଗୋରୁ କ୍ରୟ କରିବାକୁ ଏକ ବୋଲେରୋ ଗାଡି ନଂ ଏପି ୩୯ ଟିଜେଡ ୬୪୭୭ ଯୋଗେ ଆସିଥିଲେ | ଡାବୁଗାଁ ହାଟପଦା ନିକଟସ୍ଥ ଆମ୍ବତୋଟା ରେ ରଖି କିଛି ଦୂରକୁ ଯାଇ ଗାଈଗୋରୁ କ୍ରୟ କରୁଥିଲେ | ଆଜି ପ୍ରାୟ ଅପରାହ୍ନ ୧ଘ. ୩୦ ମିନିଟ ସମୟରେ ଏକ ଅଟୋ ଗାଡି ଓ ମୋଟର ସାଇକେଲରେ ପ୍ରାୟ ୧୫ ଜଣ ଲୋକ ମୁହଁରେ ମୁଖା ପିନ୍ଧି ହାତରେ ଭୁଜାଲି, ଖଣ୍ଡା ଓ ପିସ୍ତଲ ଧରି ବୋଲେରୋ ଗାଡି ପାଖକୁ ଆସି ଗାଡି କାଚ ଭାଙ୍ଗି ଗାଡି ଭିତରେ ଥିବା ଟଙ୍କା ଭର୍ତ୍ତି ୩ ଟି ବ୍ୟାଗକୁ ଲୁଟ କରି ନେଉଥିଲେ | ସେହି ସମୟରେ ଶେଖ ସରିଫ (୪୮) ପ୍ରତିବାଦ କରିବାରୁ ତାଙ୍କ ଡାହାଣ ଗୋଡରେ ଖଣ୍ଡାରେ ଆଘାତ କରି ସେଠାରୁ ଦୌଡି ପଳାଇଥିଲେ | ଏନେଇ ରଙ୍ଗଲୀ ନାୟଡୁ ସନ୍ଧ୍ୟା ୭ ଘ. ସମୟରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ଏନେଇ ଥାନା କେସ ନଂ ୧୯୫/`୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଏନେଇ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

Sunil Chandra Nayak

ରାଇରଙ୍ଗପୁର ପୋଲିସ ଦ୍ବାରା ଗୋମାଂସ ସହ କାର୍ ଜଵତ

Sunil Chandra Nayak

ମଦ ଜବତ, ୨ ଗିରଫ

Sunil Chandra Nayak

Leave a Comment

error: Content is protected !!