ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ବୈଠକ ଅନୁଷ୍ଠିତ

ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର-(ମ ନି ସ )ଆଜି ନବରଙ୍ଗପୁର ବିଶ୍ୱ ହିନ୍ଦୁ ପରିଷଦ ପ୍ରଖଣ୍ଡ ତରଫରୁ ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନବରଙ୍ଗପୁର ସହର ଓ ଆଖ ପାଖ ଗ୍ରାମ ତଥା ସହର ତଳି ଅଂଚଳରେ ରୋହିଂଗ୍ୟl ଓ ବାଂଲାଦେଶୀ ମୁସଲିମଙ୍କର ଅବାଧ ପ୍ରବେଶ ବୃଦ୍ଧି କିଭଳି ରୋକାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା l ଏହାକୁ ନେଇ ସ୍ଥାନୀୟ ପ୍ରଶାସନଙ୍କ ଅବଗତି ନିମନ୍ତେ ସୋମବାର ଦିନ ନବରଙ୍ଗପୁର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଏକ ଦାବିପତ୍ର ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ନିଷ୍ପତି ନିଆଗଲା l ସୂଚନା ଯୋଗ୍ୟ ଯେ, ନବରଙ୍ଗପୁର ସହର ପରିସୀମାକୁ ଲାଗି ରହିଥିବା ପର୍ଯ୍ୟଟନ ସ୍ଥଳ ହିର୍ଲୀ ଡଙ୍ଗର ପାଦ ଦେଶରେ ଅସଂଖ୍ୟ ଅଜଣା ଲୋକଙ୍କ ବାସ ସ୍ଥଳି ରହିଛି। ଏହି ଅଞ୍ଚଳ କେତେ ଜଣ ଜବର ଦଖଲ କରିଥିବା ଲୋକ ଲୋଚନକୁ ଆସିବା ପରେ ପ୍ରାକ୍ତନ ଜିଲ୍ଲାପାଳ ଡଃ ଅଜିତ ମିଶ୍ର ଉକ୍ତ ଅଞ୍ଚଳକୁ ଜବର ଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ ସ୍ଵରୂପ ଜବର ଦଖଲକାରି ମାନଙ୍କୁ ନୋଟିସ ଜାରି କରିଥିଲେ। ତେବେ ଏହା କୌଣସି କାରଣରୁ କାର୍ଯ୍ୟକାରୀ ହୋଇ ପାରି ନଥିବା ବେଳେ ବର୍ତ୍ତମାନ ଉକ୍ତ ସ୍ଥଳକୁ ଜବର ଦଖଲ ମୁକ୍ତ କରିବାକୁ ପ୍ରଶାସନ ନିକଟରେ ଦାବୀ କରାଯିବ।ଶ୍ରୀ ବୁଲୁ ରଥ, ସି ଏଚ୍ ଇଶ୍ଵର ରାଓ,ପ୍ରଶାନ୍ତ ରଥ, ଆନନ୍ଦା ରାଓ, ଶ୍ରୀମତୀ ଶଶୀକଲା ପଟନାୟକ,ପ୍ରଶାନ୍ତ ପାଢ଼ୀ,ଦେବୀ ଜୈନ, ପାଢ଼ୀ ବାବୁ ଏବଂ ଅନ୍ୟ ମାନେ ଯୋଗ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାହ୍ୟ ଜଗତରୁ ବିଛିନ୍ନ ଗୋପିସାହି ରେ କୋଇଡା ପ୍ରେସ କ୍ଲବ ଓ କୋଇଡା ପ୍ରଶାସନ ର ମିଳିତ ପ୍ରୟାସ ରେ ବଣ୍ଟନ ହେଲା ରିଲିଫ ସାମଗ୍ରୀ 

Sunil Chandra Nayak

ସ୍ବାମୀ ଙ୍କ ଅପେକ୍ଷା ରେ ଦୀର୍ଘ 35ବର୍ଷ ଧରି ଅପେକ୍ଷାରତ ବୃଦ୍ଧା ସବିତା ଙ୍କୁ ସହାୟତା ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ!

masiha

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!