ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟ ସାଈ ସେବା ସଂଗଠନ ର ରକ୍ତ ଦାନ ଶିବିର

ସତ୍ୟ ସାଈ ସେବା ସଂଗଠନ ର ରକ୍ତ ଦାନ ଶିବିର

ଜୁନାଗଡ଼,୬/୧୧(ମ ନି ସ) ଜୁନାଗଡ ସତ୍ୟ ସାଇ ସେବା ସଂଗଠନ ତାଲାବନ୍ଦ ପଡା ଭଜନ ମଣ୍ଡଳି ତରଫରୁ ଭଗବାନ୍ ସତ୍ୟ ସାଇ ବାବା ଙ୍କ ୯୮ ତମ ଜନ୍ମ୍ ଜୟନ୍ତୀ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର ରେ ୨୪ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ତାଲବନ୍ଦପଡା ଭଜନ ମଣ୍ଡଳୀ ର ହିଞ୍ଜିଳିବାହାଲି ସମିତି ର ଆବାହକ ଅଞ୍ଜନ କୁମାର କ୍ଷିତି ଙ୍କ ନେତୃତ୍ଵରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l ଶିବିର ରେ ଜୁନାଗଡ ସହର ର ମାରୱାଡି ୟୁବା ସଂଗଠନ ଓ ବିଭିନ୍ନ ସଙ୍ଘଠନସହ ଏହି ସଂଗଠନ ର କର୍ମ କର୍ତ୍ତା ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ l ଏହି ରକ୍ତ ଦାନ ଶିବିର ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡଃ ଭଗବାନ ପଣ୍ଡାଙ୍କ ତତ୍ତ୍ଵlବ ଧାନରେ ଭବାନୀପାଟଣା ଜିଲ୍ଲା ରକ୍ତ ଭାଣ୍ଡର ର ଟେକ୍ନିସିଆନ୍ ମାନେ ଉପସ୍ଥିତ ହୋଇ ଏହି ଦାୟିତ୍ଵ ତୁଲାଇଥିଲେ l ଏହି କାର୍ଯ୍ୟକ୍ରମରେ ସତ୍ୟ ସାଇ ସେବା ସାଂଗଠନ ର ଜିଲ୍ଲା ସଭାପତି ବେଣୁଧର କୁମାର, ଜିଲ୍ଲା ସେବା ଦଳ ସଂଯୋଜକ ସୁବାଷ ପଣ୍ଡା, ଜିଲ୍ଲା ରକ୍ତ ଦାତା ସଂଯୋଜକ ରଞ୍ଜିତ ବେଶ୍ରl ପ୍ରମୂଖ ଉପସ୍ଥିତ ହୋଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l ସେହିପରି ସଙ୍ଘଟନ ର ଆବାହକ ଅଶୋକ ପଣ୍ଡା ରାଜକିଶୋର ସାହୁ, ଅଇରି ଗଞ୍ଜନ ଦଣ୍ଡସେନା, ବିଜୟ ପୁଝାରୀ, ମୁକେଶ ଭଣ୍ଡlର ଘରିଆ, ସୁରେନ୍ଦ୍ର କ୍ଷିତି, ବିଶ୍ଵ ରଞ୍ଜନ, ଆଶୁତୋଷ ସାହୁ, ଉମା ନାଏକ, ବଜୁ ମିତ୍ତଲ, ଦିନେଶ ଅଗ୍ରୱାଲ, ଲକ୍ଷ୍ମି ନାଏକ, ଜୋଷଶିନି ପଣ୍ଡା, କ୍ଷିରାଦ୍ରି ଭାଟି, ପଦ୍ମିନୀ ମହାନ୍ତି,ସୁଜାତା ସାହୁ, ଦମୟନ୍ତୀ ସାହୁ, ପ୍ରମୂଖ କର୍ମ କର୍ତ୍ତା ଉପସ୍ଥିତ ହୋଇ ସକ୍ରିୟ ସହୋଯାଗ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଆବାସ ଗୃହ ପାଇବାର ମାପକାଠି ରେ ଯୋଗ୍ୟ ହେଲେନି ପଦ୍ମା ଓ ଚଞ୍ଚଳା ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ : ପଶୁ ଚିକିତ୍ସା ବିଭାଗରେ କର୍ମଚାରୀ ମରୁଡି ;ଗୃହ ପାଳିତ ତଥା ଦୁଗ୍ଧଚାଷୀ ପାଉ ନାହାଁନ୍ତି ଚିକିତ୍ସା ସୁବିଧା

Sunil Chandra Nayak

ମୋଟେର ଛକରେ କୋକସରା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଧର୍ମଘଟ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!