ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲିନ୍ ଆଣ୍ଡ ଗ୍ରୀନ୍ ର କୁମାର ଉତ୍ସବ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କ୍ଲିନ୍ ଆଣ୍ଡ ଗ୍ରୀନ୍ ର କୁମାର ଉତ୍ସବ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ରାଉରକେଲା/ ରାଉରକେଲା ମହାନଗରୀର ଅଗ୍ରଣୀ ସାମାଜିକ ଓ ପରିବେଶ ସନ୍ତୁଳନ ଉପରେ ଧ୍ୟାନ ରଖି କାର୍ଯ୍ୟକ୍ରମ କରୁଥିବା କ୍ଲୀନ ଓ ଗ୍ରୀନ ର ସଦସ୍ୟ ମାନେ “କୁମାର ଉତ୍ସବ-ବନ୍ଧୁ ମିଳନ” , ସେକ୍ଟର ୨ସାହାନାଈ ମଣ୍ଡପ ଠାରେ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀ, ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଓ ସଙ୍ଗଠନ ସମ୍ପାଦକ ହିମାଂଶୁ ମହାପାତ୍ର ତଥା ବରିଷ୍ଠ ଉପଦେଷ୍ଟା ପ୍ରତାପ ଚନ୍ଦ୍ର ମିଶ୍ର ଓ କୃତିବାସ ମିଶ୍ର ମାନଙ୍କ ଦିଗଦର୍ଶନ ରେ ଆରମ୍ଭ ହୋଇଥିଲା। ଉଲ୍ଲେଖଯୋଗ୍ୟ ସେକ୍ଟର-୧୪ସ୍ଥିତ ଏକ ଅବ୍ୟବହୃତ ପଡିଆରେ “ଆତ ବଗିଚା”ର ପରିକଳ୍ପନା ପାଇଁ ସଦସ୍ୟ ପ୍ରଦୀପ ସ୍ୱାଇଁ ଓ ସହଯୋଗୀ ସଦସ୍ୟ ମାନଙ୍କ ପାଇଁ ଧନ୍ୟବାଦ ପ୍ରସ୍ତାବ ରଖାଯାଇଥିଲା। ପରେ ପରେ ମନୋଜ ନାୟକ, ଅକ୍ଷୟ ଜେନା ଓ ପ୍ରଦୀପ୍ତ ଭୋଈ ସହିତ ଅନ୍ୟ ସହଯୋଗୀ ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ପ୍ରାୟ ଅଶୀରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇଥିଲେ ଓ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ଶେଷରେ ‘ବନ୍ଧୁ ମିଳନ’ର ସଫଳତା ପାଇଁ ଇଭେଣ୍ଟ ମ୍ୟାନେଜର ଅଶୋକ ପଟେଲ ସମସ୍ତ ଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ସଫଳତାର ସହ ସମ୍ପନ୍ନ 

Sunil Chandra Nayak

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

masiha

ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!