ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ଗୋଲାମୁଣ୍ଡା,ତା.୮ା୧୧(ସମିସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁଠାରେ ଉଦ୍ୟାନ ବିଭାଗ ତରଫରୁ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ନିଦ୍ଦେର୍ଶକ ଧର୍ମଗଡ ମଳୟ କୁମାର ସିଂ ଉପସ୍ଥିତ ରହି ଉପସ୍ଥିତ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ଉଦ୍ୟାନ ବିଭାଗ ଦ୍ୱାରା ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଚାଷୀମାନଙ୍କ ସହିତ ଉଦ୍ୟାନ ବିଭାଗ ସର୍ବଦା ସହଯୋଗ କରିଆସୁଥିବା ବେଳେ ଚାଷୀମାନେ ମଧ୍ୟ ଲାଭ ନେବା କଥା ବୋଲି ପରାମର୍ଶ ଦେଇଥିଲେ । ଆତ୍ମା ଅଧ୍ୟକ୍ଷ ଇଂ. ଦିନେଶ କୁମାର ରାଉତ,ସହକାରୀ ଉଦ୍ୟାନ କୃଷି ଅଧିକାରୀ କୋକସରା ସୌରଭ ପାଣିଗ୍ରାହୀ ଉପସ୍ଥିତ ରହି କୃଷି ଓ କୃଷକ ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୋଲାମୁଣ୍ଡା ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିହାରିକା ସାହୁ ପରିଚାଳନା କରିଥିବା ବେଳେ ବିଭାଗୟୀ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ କର୍ମଶାଳାରେ ୮ ଗୋଟି ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଏ ଟି ଏମ ଅଚଳ ହୋଇ ଦଶ ଦିନ ହେଲା ଲୋକେ ଅନ୍ତସନ୍ତ ପଇସା ଉଠାଣ ପାଇଁ 

masiha

ସଂସ୍କୃତିକୁ ଆଲୋକିତ କରୁଛି ଦୟାଦାସଙ୍କ ଧୂନୀ ତ୍ରିତାପହାରୀ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ଉଦଯାପିତ

Sunil Chandra Nayak

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥି 

masiha

Leave a Comment

error: Content is protected !!