ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ମଚାରୀ ୟୁନିୟନକୁ ଅଫିସ ଓ କାଉଣ୍ଟର ନେଇ ଜାଗା ଯୋଗାଇବା ନେଇ ଦାବି 

କର୍ମଚାରୀ ୟୁନିୟନକୁ ଅଫିସ ଓ କାଉଣ୍ଟର ନେଇ ଜାଗା ଯୋଗାଇବା ନେଇ ଦାବି 

 କଟକ : କଟକ ମୋଟର କର୍ମଚାରୀ ୟୁନିୟନ ତରଫରୁ ନେତାଜୀ ବସ ଟର୍ମିନାଲ ଭିତରେ ଅଫିସ ଘର,ଟିକେଟ କାଉଣ୍ଟର ଏବଂ ଟିକେଟ କାଉଣ୍ଟର ମାଧ୍ୟମରେ ଦୀର୍ଘ ବର୍ଷ ଧରି ପରିବାର ପୋଷଣ କରୁଥିବା ସ୍ଥାନୀୟ କଟକ ସହରର ବିଭିନ୍ନ ସାହି,ବସ୍ତିର ଶତାଧ୍ଵକ ବସର ସେବା ଯୋଗାଣକାରୀମାନଙ୍କୁ ବସିବା ପାଇଁ ଜଗା ଯୋଗାଇ ଦେବା ସଂପର୍କରେ ପ୍ରଶାସନର ନକରାତ୍ମକ ମନୋଭାବର ପ୍ରତିବାଦରେ ଏକ ପ୍ରତିବାଦ ସଭା ନେତାଜୀ ବସ୍ ଟର୍ମିନାଲ ସମ୍ମୁଖରେ ସାଧାରଣ ସଂପାଦକ ଶିଶିର କୁମାର ଲେଙ୍କାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇ ଯାଇଛି । ନଭେମ୍ବରରୁ ୭ ତାରିଖରୁ ୟୁନିୟନ ତରଫରୁ ବସ କର୍ମଚାରୀମାନଙ୍କ ସମସ୍ୟା ସମ୍ବଳିତ ପ୍ରଚାରପତ୍ର ବଣ୍ଟନ ସହ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଚାର ଓ ପଥପ୍ରାନ୍ତ ସଭାମାନ କରାଯିବାକୁ ପାଇଁ ସ୍ଥିର କରଯାଇଛି । ଏହି ସଭାରେ ୟୁନିୟନର ସଭାପତି ଦେବାଶିଷ ସାମନ୍ତରାୟ,ଉପସଭାପତି ବଦ୍ରିନାରାୟଣ ଦାଶ,ସିଆଇଟିୟୁର ଜିଲ୍ଲା ସଭାପତି ରବି ନାରାୟଣ ମଲ୍ଲିକ,ଡ୍ରାଇଭର ମହାସଂଘର କୃଷ୍ଣଚନ୍ଦ୍ର ଦାଶ,ଏଚ.ଏମ.ଏସ. ନେତା ବିଜୟ ବେହେରା,ବିଶିଷ୍ଟ ଶ୍ରମିକ ନେତା ଲକ୍ଷ୍ମୀପ୍ରୀୟା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି କର୍ମଚାରୀ ମାନଙ୍କର ନ୍ୟାୟୋଚିତ ଦାବି ଗୁଡିକ ସରକାର ପୂରଣ କରିବା ପାଇଁ ବକ୍ତବ୍ୟ ମାଧ୍ୟମରେ ଦାବି କରିଥିଲେ ।

ଏହି ଆନ୍ଦୋଳନକୁ ସମର୍ଥନ କରି ଓଡ଼ିଶା ମୋଟର ଚାଳକ ସଂଘର ରାଜ୍ୟ ସଭାପତି ଅକ୍ଷୟ ନାୟକ, କୋଷାଧ୍ୟକ୍ଷ ଦିଲ୍ଲୀପ ନାୟକ,ପାଲାମଣ୍ଡପ ଟ୍ୟାକ୍ସି ସଂଘର ସଭାପତି ବାବୁଲି ବେହେରା ପ୍ରମୁଖ ବହୁ ସଭ୍ୟ ଓ ସମର୍ଥକମାନଙ୍କ ସହ ଏହି ସଭାରେ ଯୋଗ ଦେଇଥିଲେ । ବସର ବହୁ ଡ୍ରାଇଭର,କଣ୍ଡକ୍ଟର, ହେଲ୍‌ପର,ବୁକିଂ କରି ଆତ୍ମନିଯୁକ୍ତି ପାଇଥିବା ବେକାର ଯୁବକମାନେ ଯୋଗ ଦେଇଥିଲେ । ଆସନ୍ତା ନଭେମ୍ବର ୧୫ ତାରିଖ ଦିନ ଜିଲ୍ଲାପାଳ ଓ ଆର.ଟି.ଓ. ଅଫିସ ସମ୍ମୁଖରେ ଆନ୍ଦୋଳନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମୋଟର କର୍ମଚାରୀମାନେ ଯୋଗ ଦେବା ପାଇଁ ଆହ୍ବାନ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ହିରାଲାଲ ପଣ୍ଡା,ଗଗନ ପରିଡ଼ା,କୋଷାଧ୍ୟକ୍ଷ ବିଭୂତି ଭୂଷଣ ରାଉତ,ରଞ୍ଜନ କୁମାର ସାହୁ, ହିମାଂଶୁ ଶେଖର ଦଳାଇ,ପ୍ରଦୀପ୍ତ କିଶୋର ଦାସ ପ୍ରମୁଖ ନେତୃତ୍ବ ନେଇଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବନବନ୍ଧୁ ପରିଷଦ ମହିଳା ସମିତିର ପ୍ରଶଂସନୀୟ ପଦକ୍ଷେପ: ରାଉରକେଲାରେ ଥଣ୍ଡା ପାନୀୟ ଜଳ ମେସିନ୍ ଉଦ୍ଘାଟିତ

Leave a Comment

error: Content is protected !!