ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲାର ସମାଜ ର ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟଘାଟ ନିମନ୍ତେ ପ୍ରସ୍ତୁତି ବୈଠକ

କଲାର ସମାଜ ର ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟଘାଟ ନିମନ୍ତେ ପ୍ରସ୍ତୁତି ବୈଠକ 

ଡ଼ାବୁଗାଁ, ୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦରମହକୁମା ନୂଆଗୁଡାସ୍ଥିତ କଲାର ସମାଜ ଭବନ ରେ ଜିଲା କଲାର ସମାଜ ତରପରୁ କଲାର ସମାଜ ର କୂଳଦେବତା ଭଗବାନ ସହସ୍ରାର୍ଜୁନ ଜନ୍ମ ଜୟନ୍ତୀ ଓ ନୂଆଁଖାଇ ଭେଟଘାଟ ନିମନ୍ତେ ପ୍ରସ୍ତୁତି ବୈଠକ ସମାଜ ର ଜିଲା ସଭାପତି ରାମନାଥ କଲାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କିପରି ଉକ୍ତ ଦିବସ ଟି ସୁରୁଖୁରୁରେ ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା | ଏହି କାର୍ଯ୍ୟକ୍ରମ ଡାବୁଗାଁ ଠାରେ ଚଳିତ ମାସ ୧୯ ତାରିଖ ଦିନ ହେବ ବୋଲି ନିସ୍ପତି ନିଆଯାଇଥିଲା | ଏହି ବୈଠକରେ ଜିଲା ସମ୍ପାଦକ ତ୍ରିଲୋଚନ ପାଣ୍ଡେ, ସହ ସମ୍ପାଦକ ଦୁର୍ଜନ କଲାର, କଳିଙ୍ଗ କଲଚୁରୀ ସେନା ସଭାପତି କୈଳାସ ଚନ୍ଦ୍ର ମାଝି, ଡାବୁଗାଁ ବ୍ଲକ କଲାର ସମାଜ ସଭାପତି ରଘୁନାଥ କଲାର, ସମ୍ପାଦକ କେଶବ କଲାର ଙ୍କ ସମେତ କଲାର ସମାଜ କର୍ମକର୍ତ୍ତା ରଘୁନାଥ ମହନ୍ତ, ପ୍ରେମାନନ୍ଦ ଭଗେଲ, ଜଗଦୀଶ କଲାର, ରଘୁ କଲାର, ରାମସିଂ କଲାର, ପରଶୁରାମ କଲାର, କୃଷ୍ଣଚନ୍ଦ୍ର କଲାର,ଭଗବାନ କଲାର, ତୁଳା ବିଶୋଇ, ସହଦେବ କଲାର, ହିରନଧର ବିଶୋଇ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମଣ୍ଡେଇ ୨୦୨୩ ଆଲୋଚନା ଚକ୍ର

masiha

ମେଧା ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ଚଉଁରା ଗ୍ରାମର ଝରନି ପୋଖରୀ କୁ ଗାଧୋଇବା କୁ ଯାଇ ଦୁଇ ଶିଶୁର ମୃତୁ

Sunil Chandra Nayak

Leave a Comment

error: Content is protected !!