ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉରକେଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ର ସଂକୀର୍ତ୍ତିନ ସତ୍ୟାଗ୍ରହ 

ରାଉରକେଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ର ସଂକୀର୍ତ୍ତିନ ସତ୍ୟାଗ୍ରହ 

ରାଉରକେଲା/ ରାଉରକେଲା ସାଙ୍ଗଠନିକ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ଙ୍କ ମନ୍ଦିର ସମ୍ମୁଖରେ କଂଗ୍ରେସ ତରଫରୁ ସଂକୀର୍ତ୍ତିନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଗତକାଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଶ୍ରୀମନ୍ଦିର ର ୪ ଦ୍ବାର ଖୋଲି ବା ବେଦାନ୍ତ କଂପାନି କୁ ଦିଆଯାଇଥିବା ମହାପ୍ରଭୁ ଙ୍କ ଜମି ଫେରସ୍ତ ଆଣିବା, ରତ୍ନ ଭଣ୍ଡାର ର ଚାବି ଖୋଲି ଗଣତି ଓ ମରାମତି କରିବା ଇତ୍ୟାଦି ଦାବି ରେ ସମଗ୍ର ରାଜ୍ୟରେ ଏହି ସଂକୀର୍ତ୍ତିନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ସେହି କ୍ରମରେ ରାଉରକେଲା ପାନପୋଷ ରୋଡ ଜଗନ୍ନାଥ ମନ୍ଦିର ,ଛେଣ୍ତ ହରିହର ମନ୍ଦିର, ସେକ୍ଟର-୨ ଆଖଣ୍ଡଳମଣି ମନ୍ଦିର, ସେକ୍ଟର-୧୯ ମୁଣ୍ଡା ମାର୍କେଟ, ତୁମକେଲା ଜଗନ୍ନାଥ ମନ୍ଦିର ଠାରେ ଏହି ସଂକୀର୍ତ୍ତିନ ସତ୍ୟାଗ୍ରହ ବ୍ଲକ ସଭାପତି ମାତା ପ୍ରସାଦ ଜୟସ୍ବାଲ, ବିଜୟ ଆପଟ, ରଘୁନାଥ ଦାସ, ଦୁଶା ନାୟକ ଓ ସୁନିଲ୍ ପଟ୍ଟନାୟକ ଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିଲା । ଏହି ସବୁ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ, ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ପିସିସି ସାଧାରଣ ସଂପାଦକ ବିରେନ ସେନାପତି, ପୂର୍ବତନ ସଭାପତି ତଥା ପିସିସି ସଭ୍ୟ ରବି ରାୟ,ପିସିସି ସଭ୍ୟ ରାମାନନ୍ଦ ଶ୍ରୀ ଚନ୍ଦନ, ପ୍ରଫୁଲ ସୁନାନି , ସବୀର ହୁସେନ,ରଶ୍ମି ରଂଜନ ପାଢି ,ସନ୍ତୋଷ ବିଶ୍ବାଳ, ଓବିସି ରାଷ୍ଟ୍ରୀୟ ସହସଂଯୋଯକ କୈଳାଶ ସାହୁ, ଏଲଡିଏମ ସଂଯୋଜକ ମାନସ ମଲ୍ଲିକ, ଉପସଭାପତି କିର୍ତନ ଦାସ, ସାଧାରଣ ସଂପାଦକ ଏମଡି ନଜମୁଦିନ ଓ ସରୋଜ ଲେଙ୍କା ଓ ସରସ୍ବତୀ ଭୂମିଜ, ମୁଖ୍ୟ ମୁଖପାତ୍ର ଗିରିଜା ଶଂକର ମିଶ୍ର, ମହିଳା ସଭାନେତ୍ରୀ ନିରୂପମା ବଳିୟାର ସିଂହ ,ଜିଲ୍ଲା କଂଗ୍ରେସ ର ଜିତେନ୍ଦ୍ର ଦାସ,ଦିଲିପ ଜେନା,ରୁକସାନା ବେଗମ, ସୋସିଆଲ୍ ମିଡିଆର ସୁଧିର ନାଥ, ଜ୍ଞାନେନ୍ଦ୍ର ଦାସ, ବିଜୟ ସାହୁ, ସେବା ଦଳର ବୁଲୁ ଦାସ, ପ୍ରତାପ ସାହୁ, ମୀନା ମିଶ୍ର, ବନଲତା ବେହେରା, କବିତା ବିଶ୍ବାଳ,ପଦ୍ମିନୀ ଲୋହାର,ଇମତିଆଜ ଖାନ,ଏମ ଡି ଗୁଲାମ, ପ୍ରଶାନ୍ତ ରାୟ, ସୁଶାନ୍ତ , ଖୁଣ୍ଟିଆ, ବିଲୁ ସିଂ, ଶ୍ଯାମେନ୍ଦ୍ର ମାହତୋ,ବସନ୍ତ ସାମଲ, ସୁବଳ ବାସୁରୀ, ମାରିଆନୁସ ଏକ୍କା,ଜୁଲୁ, ରହେମାନ, ବନମାଳା ବିଶୋଇ,ମହିଳା ରାଜ୍ୟ ସଂପାଦିକା ରାଜ ଲକ୍ଷ୍ମୀ ପାତ୍ର ଓ ଲତା ନାୟକ, ଲୋକନାଥ ଭୁମିଜ,ଅଭିମନ୍ୟୁ ଦାସ,ଚତୁରଭୁଜ ସାମଲ,ଲିଙ୍ଗରାଜ ମହାନ୍ତି, ଶୁକ୍ରା କେରକେଟା, ଅନୁପ ଖାଡିଆ ପ୍ରମୁଖ ଙ୍କ ସମେତ ବହୁ କର୍ମୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେଶଭକ୍ତି, ଜାତୀୟ ଏକତା, ସହିଦମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ବିଜେପିର ଲକ୍ଷ୍ୟ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲା ବିଜେଡି ସଭାପତି ଓ ପ୍ରତିନିଧି ଦଳ

Sunil Chandra Nayak

ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ଦାବିରେ ବିଜେପିର ବ୍ଲକ ଘେରାଓ

Sunil Chandra Nayak

Leave a Comment

error: Content is protected !!