ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୃଷକ ଉତ୍ପାଦର ସମନ୍ବୟ ବୈଠକ

ରାଇରଙ୍ଗପୁର କୃଷକ ଉତ୍ପାଦର ସମନ୍ବୟ ବୈଠକ

 ମୟୂରଭଞ୍ଜ -୧୦/୧୧ ( ମସିହା) ଚାଷୀ ହସିଲେ ଦେଶ ହସିବ ।ଅନ୍ନଦାତାଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁବିଧ ଯୋଜନା ପ୍ରଣୟନ କରୁଛନ୍ତି । ରାଇରଙ୍ଗପୁର ଅଂଚଳର ଚାଷୀଙ୍କ ଉନ୍ନତି ପାଇଁ କକୃଷକ ଉତ୍ପାଦକ ସଂଗଠନ ଆଗକୁ ପାଦ ବଢ଼ାଇଛି ।ଏଣିକି ରବି ଋତୁରେ ଜମି ପଡ଼ିବ ନାହିଁ ।ଶିଳ୍ପ ବିହୀନ ଅଂଚଳରେ ସବୁଜ ବିପ୍ଳବ ସୃଷ୍ଟି କରିବ କୃଷକ ଉତ୍ପାଦକ ସଂଗଠନ ।ରାଇରଙ୍ଗପୁର କୃଷକ ଉତ୍ପାଦକ ସଂଗଠନର ସମନ୍ଵୟ ବୈଠକ ଡାଇରେକ୍ଟର ତଥା ବିଶିଷ୍ଟ ମୁଁ ଚାଷୀ ଡମ୍ବରୁଧର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ରବିଋତୁରେ ଆଳୁ,ଷୋରିଷ, ପିଆଜ,ମୂଳା,ବାଇଗଣ,କୋବି,ଲଙ୍କା,କାକୁଡି, ଅନ୍ଯ ପନିପରିବା, ଡାଲି ଜାତୀୟ ଚାଷ କରିବା ନିମନ୍ତେ ଏଫପିଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଗର ମନ୍ତ୍ରୀ ଇଂ ପୁଷ୍ପଲତା ମିଶ୍ର, ରାଇରଙ୍ଗପୁର ଉଦ୍ୟାନ ବିଭାଗର ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ,କୃଷକ ବଂଧୁ ଲଳିତ ମହାନ୍ତ ,ପ୍ରମୁଖ ଯୋଗ ଦେଇ ଚାଷୀମାନେ କିଭଳି ଠିକ୍ ସମୟରେ ଜଳ,ବିହନ,ସାର, କୀଟନାଶକ ଔଷଧ ପାଇପାରିବେ ସେଥିପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନାରେ ସିଇଓ ରବୀନ୍ଦ୍ର ମହାନ୍ତ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସିବିବିଓ ପ୍ରୋଜେକ୍ଟ କୋଅର୍ଡିନେଟର ଅକ୍ଷୟ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବୈଠକରେ ମେନେଜିଂ ଡାଇରେକ୍ଟର ତପନ ମହାନ୍ତ,ରଶ୍ମିତା ମହାନ୍ତ,ମୋତିଲାଲ ମହାନ୍ତ, କୁମ୍ଭକର୍ଣ୍ଣ ସର୍ଦ୍ଦାର,ଅଶୋକ ମହାନ୍ତ,ଫାଗୁ କିସ୍କୁ, ଭୁବନେଶ୍ୱର ଦତ୍ତ,ଗୌରୀ ଶଙ୍କର ମହାନ୍ତଙ୍କ ସମେତ ୪ ଟି ପାଣି ପଞ୍ଚାୟତର ପ୍ରତିନିଧି, ଵହୁଚାଷୀ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

42 ଡିଗ୍ରୀ ତାପମାତ୍ରା ରେ ଶିଖୁଛି ଧରାକୋଟ ଅଞ୍ଚଳ

Sunil Chandra Nayak

ଅପାର ଆଇଡି ଦ୍ୱାରା ପିଲାଙ୍କ ତଥ୍ୟ ପାଇଁ ତାଲିମ ଶିବିର 

masiha

Leave a Comment

error: Content is protected !!