ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡ଼ିଶା ନବିନ ଓଡିଶା ଯୋଜନାରେ ୧୭୮ ପ୍ରକଳ୍ପ ବାବଦରେ ୧୩ ଟି ପଞ୍ଚାୟତ ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ସହିତ ନୂତନ ଡ଼ିଗ୍ରୀ ପାଇଁ ଘୋଷଣା 

ଆମ ଓଡ଼ିଶା ନବିନ ଓଡିଶା ଯୋଜନାରେ ୧୭୮ ପ୍ରକଳ୍ପ ବାବଦରେ ୧୩ ଟି ପଞ୍ଚାୟତ ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ସହିତ ନୂତନ ଡ଼ିଗ୍ରୀ ପାଇଁ ଘୋଷଣା 

ବନ୍ଧୁଗାଁ ତା ୧୦/୧୧/୨୩ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିନି ଷ୍ଟାଡିୟମରେ ୬ ହଜାର ରୁ ଉର୍ଦ୍ଧ ଲୋକଙ୍କ ଉପସ୍ଥିତିରେ ସରକାରଙ୍କ ଆମ ଓଡ଼ିଶା ନବିନ ଓଡିଶା ଯୋଜନା ଶୁଭାରମ୍ଭ ହୋଇଛି। ବନ୍ଧୁଗାଁ ବ୍ଲକ ର ୧୩ ଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ମେମ୍ବର, ଜିଲ୍ଲା ପରିଷଦ ସଦସ୍ୟ ଓ ପ୍ରତି ଗାଁ ଗୁଡିକରୁ ୬ ହଜାର ରୁ ଉର୍ଦ୍ଧ ଲୋକ ଉପସ୍ଥିତ ରହି ଥିଲେ। ରାଜ୍ଯ ସରକାରଙ୍କ ତରଫରୁ ନୂତନ ଭାବେ ବନ୍ଧୁଗାଁ ବ୍ଲକରେ ଡ଼ିଗ୍ରୀ କଲେଜ , ନିଲାବାଡି ଗ୍ରାମରେ ମାଆ ଅଗ୍ନୀ ଗାଙ୍ଗମା ମନ୍ଦିର ନିର୍ମାଣ ହେବାକୁ ୨ କୋଟି ମଞ୍ଜୁର ସହିତ ୧୩ ପଞ୍ଚାୟତ କୁ ୧୭୮ ପ୍ରକଳ୍ପ ବାବଦରେ ୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଆମ ଓଡ଼ିଶା ନବିନ ଓଡିଶା ଯୋଜନା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ୫ ଟି ଅଧକ୍ଷ ଭି କେ ପାଣ୍ଡିଆନ ଙ୍କ ଦ୍ଵାରା ମଞ୍ଜୁର କରି ଘୋଷଣା କରିବା ପରେ ୩ ହଜାରରୁ ଉର୍ଦ୍ଧ୍ବ ମାଆ ଓ ୨ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ମାନଙ୍କ ହୁଳ ହୁଳି ସହିତ ଜୟ ଜଗନ୍ନାଥ ଧୁନି ଗୁଞ୍ଜରିତ ହୋଇ ଉଠିଥିଲା। ସ୍ଥାନୀୟ ଅଞ୍ଚଳର ପାରମ୍ପାରିକ ବାଦ୍ୟ, ମହୁରୀ ସହିତ ଡେମସା ନାଚ ଦର୍ଶକ ଙ୍କୁ ଅଧିକ ଆକୃଷ୍ଟ କରିଥିଲା।ଏହା ପରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ଆମ ଓଡ଼ିଶା ନବିନ ଓଡିଶା ଯୋଜନାର ପ୍ରକଳ୍ପ ଅନୁମଦନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଅଧକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ଠାରେ ଜିଲ୍ଲା ସ୍ତରରୁ ଡି ପି ଏମ ୟୁ ଅଧିକାରି, ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା,ବିଡ଼ିଓ ଅଭିଜିତ ବିଶ୍ୱଜିତ ସେଠୀ, ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ରହି ଥିଲା।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ନୂତନ ରାସନ୍ କାର୍ଡ ବଣ୍ଟନ ମୁଖ୍ୟ ଅତିଥି ରୂପେ ଯୋଗଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ 

masiha

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ

Sunil Chandra Nayak

ରାଇରଙ୍ଗପୁର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!