ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଲି ସ୍କୁଲରେ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

କାର୍ଲି ସ୍କୁଲରେ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

ଚିଲିଗୁଡା ତା ୧୧/୧୧ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାର୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରେନ୍ଦ୍ର ବାଗ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅବସର ନେଇଥିବା ଶିକ୍ଷୟତ୍ରୀ ବିଶ୍ୱ କଲ୍ୟାଣି ମହାନ୍ତି ,ଶିକ୍ଷକ ଶମ୍ଭୁ ପ୍ରସାଦ ନ।ଏକ ,ଘାସି ରାମ ପାନ ,ଗୋପାଳ ନେଗି ଏବଂ ଜାମିନି କାନ୍ତ ପାଣିଗ୍ରାହୀ ଙ୍କୁ ବଣି ଜରା କ୍ଲଷ୍ଟର ପକ୍ଷରୁ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ। ସଙ୍ଗୀତ। ଖର୍ସେଲ ମୁଖ୍ୟ ଅତିଥି ,ବି ଆର ସି ସି ସୁଶାନ୍ତ ଠାକୁର ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ। ଲେଲି ଖର୍ସେଲ ,ଏ ବି ଇ ଓ କୁଳ ମଣି ମାଝି ,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସରୋଜ କୁମାର ପଣ୍ଡା ,ପ୍ରଧାନ ଶିକ୍ଷକ ପ୍ରଭାତ ପ୍ରହରାଜ ,ଶଙ୍କର ପାନ ,ସି ଆର ସି ସି ରାଜେଶ ସେଠ ,ଶିକ୍ଷକ ସଂଘ ସମ୍ପାଦକ ଶାନ୍ତନୁ ମାଝି ଏବଂ ସୁନୀଲ କୁମାର ମେହେର ପ୍ରମୁଖ ଯୋଗ ଦାନ କରି ଅବସର ଗ୍ରହଣ କରି ଥିବା ଶିକ୍ଷକମାନଙ୍କୁ ତାଙ୍କ ଶିକ୍ଷକତା ଜୀବନ ସମ୍ପର୍କରେ ଅବଗତ କରାଇଥିଲେ ।ଏଥିରେ ଶିକ୍ଷକ ସଦା ନନ୍ଦ ଠେଲା ଏବଂ ଲମ୍ବୋଧର ପୁଝାରି କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିବା ବେଳେ କର୍ଲ।କୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନୀଲ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷକ ତାପସ ,ପରମେ ,ମାନସ ,କନ୍ଦର୍ପ ,ରେଶମ। ,ମିନିକେତନ ଏବଂ ମନୋରଞ୍ଜନ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ମହାସଂଘ କଳା ଓ କଳାକାରଙ୍କ ହିତ ସାଧନ ନିମନ୍ତେ ଅଙ୍ଗିକାରବଦ୍ଧ ଅନୁଷ୍ଠାନ : ମଞ୍ଚମୋହନ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ରୁପ୍ରା ପିଏଚସି ପରିଦର୍ଶନ 

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ

masiha

Leave a Comment

error: Content is protected !!