ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ପଂଚାୟତରେ ପିଡ଼ିଏସ ଚାଉଳ ବାଟମାରଣା ଅଭିଯୋଗ, ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ହିତାଧିକାରୀ

ଲଡୁଗାଁ ପଂଚାୟତରେ ପିଡ଼ିଏସ ଚାଉଳ ବାଟମାରଣା ଅଭିଯୋଗ, ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ହିତାଧିକାରୀ

କୋକସରା,୧୦/୧୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ପିଡ଼ିଏସ ଚାଉଳ ବାଟ ମାରଣା ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି। ଗୁରୁବାର ମୋଟେର ପଂଚାୟତର ହିତାଧିକାରୀ ମାନେ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ନିକଟରେ ୩ ମାସର ଚାଉଳ ବାଟମାରଣା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଶୁକ୍ରବାର ବ୍ଲକର ଲଡୁଗାଁ ପଞ୍ଚାୟତ ଆଇଁଲି ଗ୍ରାମର ପିଡ଼ିଏସ ହିତାଧିକାରୀ ମାନେ ବ୍ଲକରେ ଆସି ସେମାନଙ୍କୁ ପିଡ଼ିଏସ ଚାଉଳ ଯୋଗାଣରେ ଅନିୟମିତତା ହେଉଥିବା ନେଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଆଇଁଲି ଗ୍ରାମର ହିତାଧିକାରୀ ଭୂମିସୁତା ମାଝୀ, ଲୋଚନ ମାଝୀ, ରାଜେଶ କୁମାର ସାହୁ, ରସିକ ଲାଲ ମାଝୀ, ସୁଭାଷ ଚନ୍ଦ୍ର ମାଝୀ, ବିଦ୍ୟାଧର ମାଝୀ, ନୀଳକଣ୍ଠ ମାଝୀ, ଘନଶ୍ୟାମ ସାହୁ, ଟିକେଶ୍ୱର ମାଝୀ ସମେତ ଶତାଧିକ ହିତାଧିକାରୀ ମାନେ ଆସି ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଯୋଗାଣ ବିଭାଗର ଅଧିକାରୀ ମୁର୍ମୁଙ୍କ ପ୍ରତିକ୍ରିୟା ନେବାରୁ ଆଇଁଲି ଗ୍ରାମର ୫୭ ଜଣ ହିତାଧିକାରୀଙ୍କ ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିବା ତଦନ୍ତରୁ ଜଣାପଡିଛି। ସମସ୍ତ ହିତାଧିକାରୀଙ୍କୁ ଚାଉଳ ଦିଆଯିବ ବୋଲି କହିଛନ୍ତି ।

ମସିହା ନିୟୁଜ ସର୍ଭିସ 

Related posts

ସ୍ଵପ୍ନେଶ୍ଵର ପାଣି ପଂଚାୟତ ପକ୍ଷରୁ ମହିଳା କୃଷି ତାଲିମ୍ ଶିବିର 

Sunil Chandra Nayak

ବିଶୋଇରେ ଟିପିଏନଓଡିଏଲ ବିଦ୍ୟୁତ ସୁରକ୍ଷା ସପ୍ତାହ

ରୋଟାରି କ୍ଲବ ରିଭରସାଇଡର ଦଶମ ସ୍ଥାପନା ଦିବସ ପାଳିତ

Leave a Comment

error: Content is protected !!