ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ଜୁନାଗଡ଼,୧୫/୧୧(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ରେ କାଉସିଲ ଅଫ୍ ହାୟର ସେକେଣ୍ଡାରି ସ୍କୁଲ ଦ୍ଵାରା ଆୟୋଜିତ ଇଣ୍ଟର କଲେଜ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉ ଊଦଘାଟିତ ହୋଇଥିଲା। ଆନୁଷ୍ଠାନିକ ଭାବରେ ଏହାର ଉଦଘାଟନ କରିଥିଲେ। ଉଦଘାଟନୀ ସଭାରେ ଅତିଥି ଭାବେ ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର, ବ୍ୟାଡମିଣ୍ଟନ ପର୍ଯ୍ୟବେକ୍ଷକ ଡକ୍ଟର ସରୋଜ କୁମାର ପଣ୍ଡା, ସିଲେକ୍ଟର ଡକ୍ଟର ରମେଶ ଚନ୍ଦ୍ର ସ୍ଵାଇଁ ଓ ରୀତା ରାଣୀ ମିଶ୍ର ଯୋଗଦେଇ SGFI ପାଇଁ ଖେଳାଳି ଚୟନ କରିଥିଲେ ଏହି କାର୍ଯ୍ୟକ୍ରମରେ ଜିଲା ବ୍ୟାଡମିଣ୍ଟନ ସଂଘ ସଭାପତି ପ୍ରଦୀପ କୁମାର ଦାସ, ସମ୍ପାଦକ ସନ୍ଦୀପ କୁମାର ମିଶ୍ର ଓ ଉପସଭାପତି ଅରୁଣ କୁମାର ରଥ, ମୁଖ୍ୟ ଅତିଥି ଭାବେ ଶ୍ରୀ ମହେନ୍ଦ୍ର କୁମାର ବେହେରା ଡେପୁଟି ସେକ୍ରେଟାରୀ, ସମ୍ବଲପୁର , ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରି ରମେଶ ଚନ୍ଦ୍ର ପାଢୀ, ପ୍ରାଧ୍ୟାପକ ଶ୍ରୀ ସରୋଜ କୁମାର ଠାକୁର ବ୍ଯାଡମିନ୍ଟନ ଏସୋସିଏସନ ର କାର୍ଯ୍ୟକାରିଣୀ ସଭାପତି ଶ୍ରୀ ସରୋଜ କୁମାର ପଣ୍ଡା ମଞ୍ଚାସୀନ ଥିଲେ l ବ୍ୟାଡ଼ମିଣ୍ଟନ ସାଙ୍ଗଠନିକ ସମ୍ପାଦକ ସମୀର ସାହୁ,ଧର୍ମଗଡ଼ ପଞ୍ଚାୟତ କଲେଜ ପିଇଟି ଅଭୟ ବାଗ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ବଣୁଆ ଧନ୍ୟବାଦ୍ ଦେଇଥିଲେ lସେହିପରି ଉଦଯାପନୀ ଉତ୍ସବରେ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହି ଉତ୍ସବରେ ଡ଼େପୁଟି ସେକ୍ରେଟାରୀ ସମ୍ବଲପୁର ଜୋନ୍, ମୂଖ୍ୟ ଅତିଥି ଥିବାବେଳେ କଲେଜ ଅଧ୍ୟକ୍ଷ ସଭାପତିତ୍ଵ କରିଥିଲେ, ସମନ୍ନିତ ଅତିଥି ଭାବେ ଶ୍ରୀ ଅସିତ୍ କୁମାର ପଟ୍ଟନାୟକ, ଶ୍ରୀ ଦେବେନ୍ଦ୍ର କୁମାର ବେହେରା, ଶ୍ରୀମତୀ ସାଗରିକା ଦାସ, ଶ୍ରୀ ଆଦିତ୍ୟ କୁମାର ଖମାରି, ଶ୍ରୀ ନେତ୍ରାନନ୍ଦ ପ୍ରଧାନ,ସଦାନନ୍ଦ ମରାଇ, ପୂର୍ଣ୍ଣମାସି ମାଝୀ, କୈଳାଶ ଚନ୍ଦ୍ର ମେହେର ଯସମିନ ବନିତା ସାହୁ ନତାଶା ମହାପାତ୍ର, ସୁଭାସିସ ପାଣିଗ୍ରାହୀ ସସ୍ମିତା ପଣ୍ଡା ବିକାଶ ବେହେରା, ରାଜକୁମାରୀ ବେମାଲ ଜ୍ୟୋତି ପାତ୍ର, କ୍ଷୀରାବ୍ଧି ସାହୁ ଓ କଲେଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ lଆଜିର ଫାଇନାଲ ଖେଳରେ ବାଳକ ବିଭାଗ ରେ ଆଂଚଳିକ ହାୟର ସେକଣ୍ଡାରୀ ସ୍କୁଲ୍ ବିଜେତା ହୋଇଥିଲେ ଓ କଲ୍ୟାଣୀ ରାଏ ହାୟର ସେକଣ୍ଡାରୀ ସ୍କୁଲ୍ ଉପବିଜେତା ହେଇଥିଲେ ଓ ବାଳିକା ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ହାୟର ସେକଣ୍ଡାରୀ ସ୍କୁଲ୍ ବିଜେତା ହୋଇଥିଲେ ଓ ସରକାରୀ ହାୟର ସେକଣ୍ଡାରୀ ସ୍କୁଲ୍ ଭବାନୀପାଟଣା ଉପବିଜେତା ହେଇଥିଲେ ଅମ୍ପାୟାର ଭାବେ ଶ୍ରୀ ସମୀର କୁମାର ସାହୁ ରାକେଶ କୁମାର ବେମାଲ ସୁମନ ପାଣିଗ୍ରାହୀ ଓ ଜଲି ପରାଭୋଇ ଖେଳ ପରିଚାଳନା କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଜୁଡ଼ିଆରେ ମା ବନଦୂର୍ଗାର ୩୨ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

IDCA 6th One-Day National Zonal Cricket Championship for Deaf concludes with felicitation ceremony,North Zone declared as winner while West Zone bagged the runner-up position.

masiha

ଓ୍ଵାର୍ଡ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମାରୋହ ନଗରପାଳଙ୍କ ଦ୍ଵାରା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!