ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏକ ଗୌରବ ଦିବସ – ବିଜେପି ଅନୁସୂିତ ଜନ ଜାତି ମୋର୍ଚ୍ଚା 

ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏକ ଗୌରବ ଦିବସ – ବିଜେପି ଅନୁସୂିତ ଜନ ଜାତି ମୋର୍ଚ୍ଚା 

 ରାଉରକେଲା /ଆଜି ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ବୀର ବିର୍ସାମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ କୁ ଗୌରବ ଦିବସ ରୂପେ ପାଳନ କରିବା ପାଇଁ ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚ୍ଚା ସଭାପତି ବାବୁଲି ମୂର୍ମୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା ଦୀପ ପ୍ରଜ୍ବଳନ କରିବା ସହିତ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଓ କର୍ମୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାଜ୍ୟ ସାଧାରଣ ସଂପାଦିକା ପୂର୍ଣିମା କେରକେଟା ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ନିହାର ରାୟ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ଭଗବାନ ରାଉତ, ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଭୋଲାନଥ ମାଝୀ ଆଦି ନେତୃବୃନ୍ଦ ବୀର ବିର୍ସା ମୁଣ୍ଡାଙ୍କ ଜୀବନୀ ସହିତ ତାଙ୍କର ସଂଘର୍ଷମୟ ବିରତ୍ଵ ଏବଂ ଫିରିଙ୍ଗଙ୍କ ବିରୁଦ୍ଧରେ ସ୍ଵାଧୀନତା ସଂଗ୍ରାମ ପାଇଁ କିଭଳି ବୀରତ୍ୱର ସହିତ ଲଢେଇ କରି ମୃତ୍ୟୁ ବରଣ କରିଥିଲେ ତାହାର ସ୍ମୃତି ଚାରଣ କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରି ଦେଶର ସୁନାମ ବଢାଇ ପାରିଛନ୍ତି ଏହା ଗୌରବର କଥା ବୋଲି ମତ ରଖିଥିଲେ। ସେ ସର୍ବଦା ସେମାନଙ୍କ ଉନ୍ନତି ପାଇଁ ଚେଷ୍ଟିତ। ଆଜିର ଏହି କାର୍ଯ୍ୟକ୍ରମରେ ମଙ୍ଗଳ ମୁଣ୍ଡା, ବିନ୍ଦୁ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ରଘୁନାଥ, ନିତୋ ମୁଣ୍ଡା, କଜଳୁଣ୍ଡା, ପାର୍ବତୀ ସନ୍ଦିଲ, ରଶ୍ମୀ ନାଗ, କ୍ରୀଷ୍ଣା ମିଞ୍ଜ, ବିନୟ ତିର୍କୀ, ଶୁଖ ନାଥ ଲାକ୍ରା, ଏପ୍ରିଲ କଛପ, ଦୀପ୍ତି ଏକ୍କା, ସୁନୀଲ କେରକେଟା, ସାଲିକ ବରୁଆ, ଦକ୍ଷିଣ ଟୁଡୁ, ଶ୍ୟାମ ହାଂସଦା, କାହ୍ନୁ ଚରଣ ହେମ୍ବ୍ରମ, ସିଡଲାଲ ମୁର୍ମୁ, ମେଘରିଆ ମାରାଣ୍ଡି, ଜୀତୁ ନାୟକ, ପ୍ରକାଶ ମାହାଲି, ଅମିତ୍ ବାରିକ, ମଙ୍ଗଳ ମାହାଲି, ନୀତେଶ, ରାକେଶ, ଏଣ୍ଡରା, ସୋନୁ, ବିଙ୍କୋ, ରାଜା, କାହ୍ନା, ଅମିତ୍, ଅଙ୍କିତ, ବିକାଶ, ସଞ୍ଜୟ ଆଦି ବହୁ ଉପଷ୍ଟିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ବିକାଶ ମଞ୍ଚର ଚେତାବନୀ

Sunil Chandra Nayak

ରାସ୍ତା ନିର୍ମାଣ କାର୍ଯ୍ୟ ସମୀକ୍ଷା , ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ 

Sunil Chandra Nayak

ସାପଘରା ପ୍ରାଥମିକ ବିଦ୍ୟାଳୟ ଜଣେ ଶିକ୍ଷୟତ୍ରୀ ରେ ଚାଲୁଛି ଶିଶୁବାଟିକାରୁ ୫ ମ ଶ୍ରେଣୀ

Sunil Chandra Nayak

Leave a Comment

error: Content is protected !!