ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ଦିନର ଦାବି ପୂରଣ କଲେ ବିଧାୟକ ଓ ସାଂସଦ 

ଦୀର୍ଘ ଦିନର ଦାବି ପୂରଣ କଲେ ବିଧାୟକ ଓ ସାଂସଦ 

ବାଲେଶ୍ଵର,୧୬/୧୧/୨୩ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ବକ୍ରେଶ୍ବର ପୀଠର ଭକ୍ତଙ୍କ ଦୀର୍ଘଦିନର ସ୍ବପ୍ନ ପୁରଣ ହେଲା, ରାସ୍ତା ଓ ୨ ପୋଲର ଶିଳାନ୍ୟାସ କଲେ ବିଧାୟକ ଓ ସାଂସଦ । ପ୍ରକାଶ ଥାଉକି ବାଲେଶ୍ଵର ଜିଲ୍ଲା ଅଧୀନ ଖଇରା ଓ ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ମାଖନପୁର-ବାଉରିପଦା ଭାୟା ବକ୍ରେଶ୍ବର ରାସ୍ତା ଓ ମହତୀପୁର -ଚରମ୍ପା ରାସ୍ତାର ଛାଞ୍ଚୁଣିଆ ଓ କାଂଶବାଂଶ ନଦୀ ଉପରେ ହେବାକୁ ଥିବା ୨ଟି ପୋଲର ଶିଳାନ୍ୟାସ କରାଯାଇଛି । ଗତକାଲି ବୁଧବାର ସିମୁଳିଆ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଦ୍ବାରା ଏହି ରାସ୍ତା ଓ ପୋଲ ୨ଟିର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ପୋଲ ଓ ରାସ୍ତା ପାଇଁ ସ୍ବାଧିନତା ପରଠାରୁ ବହୁବାର ଦାବୀ ହୋଇ ଆସୁଥିବା ବେଳେ ଆଜି ବିଧାୟକଙ୍କ ବହୁ ପ୍ରଚେଷ୍ଟା ପରେ ବହୁଦିନର ସ୍ବପ୍ନ ପୁରଣ ହେଲା ବୋଲି ମାଖନପୁର, ଝିଙ୍କିରିଆ, ବାଉରିପଦା ପଞ୍ଚାୟତବାସୀ ପ୍ର୍ରକାଶ କରିଛନ୍ତି । ଏହି ଅବସରରେ ମାଖନପୁର ଠାରେ ଜିଲା ପରିଷଦ ସଭ୍ୟ ମାନସ କୁମାର ଦାଶଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ବିଧାୟକ ଏମପିଙ୍କ ବ୍ୟତିତ ଧାମନଗରର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବର୍ଷିଆନ ନେତା ଅନାଦି ଦାସ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର, ସରପଞ୍ଚ ସରୋଜୀନୀ ଦାସ, ଏମପି ପ୍ରତିନିଧି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଝିଙ୍କିରିଆ ଠାରେ ସମ୍ପଦ ଘଡେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏମପି ଓ ବିଧାୟକଙ୍କ ବ୍ୟତିତ ପୁର୍ବତନ ସରପଞ୍ଚ ମଧୁସୁଦନ ମାଝୀ, ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ସୁଷମା ମହାପାତ୍ର, ବର୍ଷିଆନ ନେତା ବ୍ରଜକିଶୋର ମହାନ୍ତି, ଯୁବନେତା ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବକ୍ରେଶ୍ବର ରାସ୍ତା ପାଇଁ ୪କୋଟି ୪୬ଲକ୍ଷ, ଛାଞ୍ଚୁଣିଆ ପୋଲ ପାଇଁ ୨କୋଟି ୫୩ଲକ୍ଷ, କାଂଶବାଂଶ ପୋଲ ପାଇଁ ୩କୋଟି ୮୧ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ବାଲେଶ୍ବର ଜିଲାର ଅନ୍ୟତମ ପୁରାତନ ଶୈବ ପୀଠ ବକ୍ରେଶ୍ବରରେ ବର୍ଷସାରା ଭକ୍ତଙ୍କ ସମାଗମ ହେଉଥିବା ବେଳେ ଜାଗରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ମାଟିକାଦୁଅ ରାସ୍ତାଟିକୁ ପକ୍କା କରିବା ପାଇଁ ସ୍ବାଧିନତା ପରଠାରୁ ଦାବୀ ହୋଇ ଆସୁଥିଲା । ଏବେ ତାହା ସାକାର ହେଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ( ଆର୍ମି), ବାରାକପୁର, କୋଲକତାରେ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କର ଉଦବୋଧନ 

Sunil Chandra Nayak

UAIL and Baphlimali Mines Observes 11th International Yoga Day 

masiha

ଚଚରାଗୁଡାରେ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!