ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ପୋରେଟ୍‌‍ ହାଉସ, ଶାସକ ଦଳ ନିୟନ୍ତ୍ରଣରୁ ଗଣମାଧ୍ୟମକୁ ମୁକ୍ତ ହେଉ : ରବି ରଥ

କର୍ପୋରେଟ୍‌‍ ହାଉସ, ଶାସକ ଦଳ ନିୟନ୍ତ୍ରଣରୁ ଗଣମାଧ୍ୟମକୁ ମୁକ୍ତ ହେଉ : ରବି ରଥ

ଚିକିଟି, 17/11 : ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ କର୍ପୋରେଟ୍‌‍ ହାଉସ ଏବଂ ଶାସକ ଦଳର ନିୟନ୍ତ୍ରଣରେ ରହିଥିବାରୁ ସାଧାରଣ ଜନତାଙ୍କ ପ୍ରକୃତ ସମସ୍ୟା ଲୋକଲୋଚନକୁ ଆସିପାରୁନାହିଁ ଏବଂ ଗଣମାଧ୍ୟମଗୁଡ଼ିକ ଲକ୍ଷ୍ୟ ଓ ଆଦର୍ଶରୁ ବିଚୁ୍ୟତ ହେବା ସହିତ ବିଶ୍ଵାସନୀୟତା ମଧ୍ୟ ହରାଇ ବସୁଛି । ଏହା ଗଣତନ୍ତ୍ର ପ୍ରତି ଘୋର ବିପଦ ସୃଷ୍ଟି କରିବ । ତେଣୁ ଜାତୀୟ ପ୍ରେସ୍‌‍ ଦିବସ ଅବସରରେ ଗଣମାଧ୍ୟମମାନଙ୍କୁ ସ୍ଵତନ୍ତ୍ରତା ଦେବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ୱାଦପତ୍ର ମାଲିକମାନେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରୁଥିବାରୁ ସମ୍ୱାଦ ପରିବେଷଣ ଏକପାଖିଆ ହୋଇପଡ଼ୁଛି ବୋଲି କହିଥିଲେ ।

  ସ୍ଥାନୀୟ ଏନଏସି କଲ୍ୟାଣ ମଣ୍ଡପ ଠାରେ ଚିକିଟି ପ୍ରେସ୍‌‍ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍‌‍ ଦିବସ ଅବସରରେ ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମୂଲ୍ୟବୋଧ ଭିତ୍ତିକ ସାମ୍ୱାଦିକତା ସମ୍ପର୍କିତ ଆୟୋଜିତ ଆଲୋଚନାଚକ୍ରରେ ନିସର୍ତ୍ତର ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ, ଚିକିଟି ବିଡିଓ ପ୍ରମୋଦ କୁମାର ନାୟକ, ତହସିଲଦାର ବଳଦେବ ବେହେରା, ଏସଡିପିଓ କୃଷ୍ଣଚନ୍ଦ୍ର ଭାତ୍ରା, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ା. ମନୋଜ କୁମାର ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାମ୍ୱାଦିକମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ପ୍ରଶଂସା କରିଥିଲେ। ସୁଦୀପ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରଘୁନନ୍ଦନ ସାହୁ, ଧରମା ସାହୁ, ଭାଗିରଥୀ ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସମ୍ପାଦକ ତ୍ରିପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରୁଦ୍ରରୁପା ବ୍ରହ୍ମା ଓ ଶ୍ରୀ ରଥ ଓ ଶ୍ରୀ ରାଉଳଙ୍କୁ ସମ୍ମାନିତ କରାଯାଇଥିଲା ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମକର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…/’ମକର ସଂକ୍ରାନ୍ତି: ଏକ ସାଂସ୍କୃତିକ ଉତ୍ତରାୟଣ’ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ଏସଆଇ ସମୀର କୁମାର ସେଠୀଙ୍କୁ ଡିଜିପି ଡିସ୍କ ଆୱାର୍ଡ଼

Sunil Chandra Nayak

ରାଇରଙ୍ଗପୁର ଲ୍ୟାମ୍ପସର ଵାର୍ଷିକ ସାଧାରଣ ବୈଠକ

Sunil Chandra Nayak

Leave a Comment

error: Content is protected !!