ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୋକସଭା ଅନୁଷ୍ଠିତ

ଶୋକସଭା ଅନୁଷ୍ଠିତ

ଜୁନାଗଡ଼,୧୭/୧୧(ମ ନି ସ) ବାଙ୍କୀ ରାଜପୁତ ସମାଜର କେନ୍ଦ୍ର ସଭାପତିଙ୍କ ତତ୍ୱାବଧାନରେ ଜୁନାଗଡ଼ ସ୍ଥିତ ଲଙ୍କେଶ୍ୱରୀ କ୍ଳବ ଠାରେ ପୂର୍ବତନ ସଭାପତି ସ୍ବର୍ଗତ ସୁରେଶ ଚନ୍ଦ୍ର ପାତ୍ରଙ୍କ ଉଦ୍ଧେଶ୍ୟରେ ଶୋକସଭା ପାଳନ ହୋଇଯାଇଥିଲା। ,ସ୍ବର୍ଗତ ସୁରେଶ ଚନ୍ଦ୍ର ପାତ୍ରଙ୍କ ୧୯୪୪ ମସିହାରେ ଜନ୍ମଗ୍ରହଣ ହୋଇଥିଲା। ସେ ଚାରଵାହଲ ୟୁପି ଏମ ଇ ସ୍କୁଲରେ ସ୍କୋଳାରସିପ ପାଇ ଶିକ୍ଷା ଆରମ୍ଭ କରିଥିଲେ ଓ ଜୁନାଗଡ଼ ଉଚ ବିଦ୍ୟାଳୟରେ ମେଟ୍ରିକ ପାସ କଲାପରେ ବ୍ରହ୍ମଣୀଗୁଡା ୟୁପି ସ୍କୁଲରେ ଅସ୍ଥାୟୀ ଭାବରେ ଶିକ୍ଷକତା କରୁଥିଲେ, ପରେ ତା ୧୯୬୩ ମସିହାରେ ଦିନ ସଏଲ କଞ୍ଜର ବେଶନ ବିଭାଗରେ କ୍ଳର୍କଭାବେ ଯୋଗ ଦେଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟ ସମ୍ପାଦନ କରି ୨୦୦୨ ରେ ଅବସର ନେଇଥିଲେ I ଅବସର ନେଲା ପରେ ନିଜ ପୈତୃକ ଗ୍ରାମ ବ୍ରାହ୍ମଣୀଗୁଡା ଠାରେ ରହୁଥିଲେ ୧୯୯୯ ରୁ କଳାହାଣ୍ଡି ବଙ୍କା ସମାଜର କେନ୍ଦ୍ରୀୟ କର୍ମକର୍ତ୍ତା ଥିଲେ ଓ ୨୦୦୨ ମସିହା ଚତୁର୍ଥ ମହାସଭାରେ ଶ୍ରୀଯୁକ୍ତ ଯୁଗେଶ୍ୱର ପାଣ୍ଡେଙ୍କ ସଭାପତିତ୍ବରେ ସଭାପତି ଭାବରେ ଅଳଙ୍କୃତ ହୋଇଥିଲେ ଏବଂ୨୦୦୮ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଭାବରେ ସୁଚାରୁରୂପେ କାର୍ଯ୍ୟତୁଲାଉ ଥିଲେ I ସେ ଜଣେ ସୁସଂଗଠକ ଥିଲେ, ଆଠଟି ଜିଲ୍ଲା ପରିଭ୍ରମଣ କରି ସମାଜର ସଂଗଠନ ଆରମ୍ଭ କରିଥିଲେ I ଗତ୧୪ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଯାଇଛି I କଳାହାଣ୍ଡି ବଙ୍କା ସମାଜର ଅପୂରଣୀୟ କ୍ଷତି ହୋଇଛି ତେଣୁ କଳାହାଣ୍ଡି ବଙ୍କା (ବାଙ୍କୀ ଖଣ୍ଡାୟତ କ୍ଷତ୍ରୀୟ )ସମାଜ କେନ୍ଦ୍ରୀୟ କମିଟିର ସଭାପତି ଶ୍ରୀ ବିମ୍ବାଧର ପ୍ରଧାନୀ , ଉପ ସଭାପତି ଶ୍ରୀ ବାମଦେବ ପୁଝାରୀ, ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ମହାଳିକ, ଶ୍ରୀ ସୀତାଂଶୁ ପ୍ରଧାନୀ, କୋଷାଧକ୍ଷ ଶ୍ରୀ ବଂଶୀଧର ନାୟକ, ପୂବତନ ସଭାପତି ଶ୍ରୀ ଧବଳେଶ୍ୱର ମାଝୀ,ଜୁନାଗଡ଼ ଅଂଚଳ ସଭାପତି ଶ୍ରୀ ଭୂପେନ୍ଦ୍ର ଦଣ୍ଡସେନା, ସମ୍ପାଦକ ଶ୍ରୀ ଚନ୍ଦ୍ରଧ୍ଵଜ ଗୁରୁ, ସମ୍ପାଦକ ଐରୀଗଞ୍ଜନ ଦଣ୍ଡସେନା ପୂର୍ବତନ ସଭାପତି ଶ୍ରୀ ଗୋପୀନାଥ ମହାଳିକ,ମୁର୍ଲାପଦର ଅଂଚଳ ସଭାପତି ଶ୍ରୀ କୁରୁକ୍ଷେତ୍ର ମାଝୀ , ମସିଗାଁ ଅଂଚଳ ସଭାପତି ଶ୍ରୀ ଆନନ୍ଦରାମ ଦଣ୍ଡସେନା , ସାମାଜିକ ନିର୍ବାଚନ ଅଧିକାରୀ ଶ୍ରୀ ଘନଶ୍ୟାମ ଚଳାନଙ୍କ କମିଟି ତରଫରୁ ଉପସ୍ଥିତ ରହି ଶୋକାକୁଲ ପରିବାରକୁ ଶାନ୍ତନା ଦେବା ସହିତ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ I

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ନେତାଜୀ ଜୟନ୍ତୀ ଓ ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

୧ – ଖ୍ରୀଷ୍ଟିଆନ ଙ୍କୁ ମିଳିଲା ନାହିଁ କଲ୍ୟାଣ ମଣ୍ଡପ, ପ୍ରବଳ ବର୍ଷା ପବନରେ ନଷ୍ଟ ହେଲା ଲକ୍ଷାଧିକ ଟଙ୍କା ଭୋଜି ଭାତ, ୨-  ବଜ୍ରଘାତରେ ତିନି ବଳଦ ମୃତ 

masiha

ରାଜ୍ୟ ସ୍ତରୀୟ ଯୋଗ ପ୍ରତି ଯୋଗିତାରେ ଭାଗନେବେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ 

Sunil Chandra Nayak

Leave a Comment

error: Content is protected !!