ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ନର୍ଲା ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ପ୍ରେସ ମିଟ

ନର୍ଲା-(ମ.ନି.ସ)କଳାହାଣ୍ଡି ଜିଲ୍ଲା ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଏଲ୍ ମିନାକୁମାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସ ମିଟର ଆୟୋଜନ ହୋଇଯାଇଛି। ଏଥିରେ ଆଗାମୀ ଏପ୍ରିଲ୍ ୧ ତାରିଖ ଦିନ ୧୧ ଘଣ୍ଟା ସମୟରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପରୀକ୍ଷା ପେ ଚର୍ଚ୍ଚାରେ ବିଦ୍ୟାର୍ଥୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ। ସମ୍ପ୍ରତି ଛାତ୍ର ଛାତ୍ରୀ ମାନେ ପରୀକ୍ଷା ପାଇଁ ବିଶେଷ କରି ଚାପରେ ରହୁଛନ୍ତି ଏହି ଚାପର କାରଣ ହେଉଛି ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ବିଦ୍ୟାଳୟ ଗୁଡିକ ବନ୍ଦ ଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଅନ୍ ଲାଇନ୍ କ୍ଲାସ୍ କରୁଥିଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପିଲାମାନଙ୍କ ପରୀକ୍ଷା ଅଫ୍ ଲାଇନରେ ହେବାକୁ ଯାଉଛି । ପରୀକ୍ଷା ସମୟରେ ସେମାନେ ସ୍ଵାଭାବିକ ଭାବରେ ଚାପମୁକ୍ତ ହୋଇ କିପରି ପରୀକ୍ଷା ଦେବେ ସେଥି ପାଇଁ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବଙ୍କ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିବାରୁ ଏହି କାର୍ଯ୍ୟକ୍ରମକୁ ନର୍ଲା ନବୋଦୟ ବିଦ୍ୟାଳୟର କନ୍ଫରେନ୍ସ ହଲରେ ଦେଖିବା ପାଇ ବ୍ୟବସ୍ଥା କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ଅଭିଭାବକ ଓ ସାଧାରଣ ଲୋକଙ୍କୁ ଉପସ୍ଥିତି ରହିବା ପାଇଁ ପ୍ରେସମିଟ ଜରିଆରେ ଶ୍ରୀମତୀ ଅଧ୍ୟକ୍ଷା ପ୍ରକାଶ କରିଥିଲେ। ଏହି ପ୍ରେସମିଟରେ ନର୍ଲା ଅଞ୍ଚଳର ଅନେକ ସାମ୍ବାଦିକ ଯୋଗଦାନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ପଣ୍ଡିତ ଦିନଦୟାଳ ଉପାଧ୍ୟୟଙ୍କ ଜନ୍ମ ଦିବସ ପାଳିତ 

Sunil Chandra Nayak

ବିଦ୍ୟା ଧର ମହାନ୍ତ ଙ୍କ କବିତା – ବିରାଗ

Sunil Chandra Nayak

ଚୁକ୍ତିଭିତ୍ତିକ ନିଯୁକ୍ତି ଅଧ୍ୟାୟ ର ପରିସମାପ୍ତି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ  ଅଶେଷ ଧନ୍ୟବାଦ ଜଣାଇଲେ ଓଡିଶା ଅମଲା ସଙ୍ଘର ସଭାପତି

Sunil Chandra Nayak

Leave a Comment

error: Content is protected !!