ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:କୋଶଲ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା

କଳାହାଣ୍ଡି:କୋଶଲ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା 

 ଭବାନୀପାଟଣା, କେସିଙ୍ଗା ଓ ଧର୍ମଗଡ ସହରରେ ରେ ଅଖ ଚକ ସହ ସମସ୍ତ ଦୋକାନ ବଜାର ବନ୍ଦ

କୋଶଲ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା ପାଳନ କରୁଛି । କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିଲା।ପଶ୍ଚିମ ଓଡିଶା କୁ ଅବହେଳା, ବୈମାତୃକ ମନୋଭାବ, ଭାଷା କୁ ବିରୋଧ, ସଂସ୍କୃତିକୁ ବିରୋଧ, ପଶ୍ଚିମ ଓଡିଶାର କଳାକାର କୁ ବିରୋଧ ଏପରି ଅନେକ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବୀ କରାଯାଉଛି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ସହ ପଶ୍ଚିମ ଓଡିଶାର ଉନ୍ନତି, ପଶ୍ଚିମ ଓଡିଶାର ଲୋକଙ୍କ ହକ୍ ଏବଂ କୋଶଲ ଅଞ୍ଚଳର ଭାବବେଗ କୁ ପ୍ରସଙ୍ଗ କରି ଏହି ମହାବନ୍ଦ ଡାକରା ଦିଆ ଯାଇଥିବା କମିଟି ପକ୍ଷରୁ କୁହାଯାଇଛି । ତେବେ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ଏହି ବନ୍ଦ ଡ଼ାକରାର ପ୍ରଭାବ ଦେଖା ଯାଇଥିଲା। କୋଶଳ ମୁକ୍ତି ମୋର୍ଚ୍ଚା, ଅନେକ କୋଶଳ ରାଜ୍ୟ ସମର୍ଥକ, ବିଭିନ୍ନ ସଂଗଠନ ଏଥିରେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାର ଦୋକାନ ବଜାର,ସ୍କୁଲ କଲେଜ,ଅଫିସ ମହଲ ବନ୍ଦ ଥିବାବେଳେ ବିଭିନ୍ନ ସ୍ଥାନରେ କମିଟି ତରଫରୁ ରାସ୍ତା ରୋକ ଆନ୍ଦୋଳନ କରା ଯାଇଥିବା ଦେଖିବାକୁ ମିଳିଥିଲା ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।ସରକାର ସର୍ବଦା ପଶ୍ଚିମ ଓଡିଶା କୁ ଅଣଦେଖା କରୁଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସରକାରୀ ଅନୁଦାନ, ନିଯୁକ୍ତି, ହାଇକୋର୍ଟ ର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଏପରି ଅନେକ କ୍ଷେତ୍ରରେ ଓଡିଶା ସରକାର ପଶ୍ଚିମ ଓଡିଶା ସହ ସାବତ ପୁଅ ନୀତି ଗ୍ରହଣ କରିବା ସହ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଏବଂ ପଶ୍ଚିମ ଓଡିଶା ଏବଂ ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସହ ଅନ୍ୟାୟ କରୁଛନ୍ତି ବୋଲି କୋଶଳ ସଂଗ୍ରାମୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି କରିବା ସହ ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇଛି।

ମୋର୍ଚ୍ଚାର ରାଜ୍ୟ ସଭାପତି ସାଗର ଚରଣ ଦାଶ ଙ୍କ ନେତୃତ୍ୱରେ କୋଶଲ ମୁକ୍ତିମୋର୍ଚ୍ଚା ର ମହମ୍ମଦ ସାହେବ, ସୁଶାନ୍ତ ପ୍ରଧାନୀ, ଶୁଭମ ଦୁର୍ଗା, ସଚିନ ନାଏକ, ଧୃତି ଦାଶ, ଦିଲୁ ନାଏକ, କାଳିଆ ସରାଫ,ସୁକାନ୍ତି ସରାଫ, ମନ୍ଦାକିନୀ ବାଣୁଆ, ସ୍ୱାଗତ ପଟ୍ଟନାୟକ, ରୋହିତ ସ୍ୱାଇଁ, ସତ୍ୟମ ଦୋରା, ନମନ ଶୁକଲା, ଶୁଭମ ମହାନନ୍ଦ,ଇମ୍ରାନ ଖାନ, ସରୋଜ ବାଗ ପ୍ରମୁଖ ସହଯୋଗ କରିଥିବା ବେଳେ ଧର୍ମଗଡ କୋଶଳ କମିଟି ତରଫରୁ ତଥା ଧର୍ମଗଡ ଉପଖଣ୍ଡ ଯାଦବମହା ସଭାର ସଂପାଦକ ଡାକେସ୍ଵର୍ ଲହଜଲ, ସନ୍ତୋଷ ପାଢ଼ୀ, ଆକାଶ ସୁନାନୀ, ଚନ୍ଦନ ପାଢ଼ୀ, ଗୋଲୁ ନାଏକ, ରିନା ଭୋଇ, ରାଧେଶ୍ୟାମ ମାଝୀ, ଧୀରେନ୍ଦ୍ର ମାଝୀ, ଦୟାନିଧି ମାଝୀ, ଶ୍ୟାମ ସୁନ୍ଦର ମାଝୀ ପ୍ରମୁଖ ବହୁ ସଂଖ୍ୟକ ସମର୍ଥକ ଉପସ୍ଥିତ ରହି ଡାକରାରେ ସାମିଲ୍ ହୋଇଥିବା ବେଳେ ସଡ଼କ ଯାତାୟତ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

masiha

କଟକ ଜିଲ୍ଲା ଇପିଏଫ ପେନସନର୍ସ ସଂଘ କାର୍ଯ୍ୟକାରୀ କମିଟି ବୈଠକ 

Sunil Chandra Nayak

ଦୁଇ ଦିନିଆ ଜ଼ିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!