ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ସେବା ପ୍ରାଧିକରଣ ଓ ସଂସ୍କୃତି ସହାୟତାରେ ଆୟୋଜିତ ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା ଶିବିର

ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତୁପକ୍ଷ ଆନୂକୁଲ୍ୟରେ ରାୟଗଡା ସହରର ପ୍ରମୂଖ ସ୍ବେଛାସେବୀ ଅନୁଷ୍ଠାନ ସଂସ୍କୃତି ସହାୟତାରେ ଆୟୋଜିତ ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା ଶିବିର ରାୟଗଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଆଜିର ଏହି କାର୍ୟକ୍ରମରେ ସଂସ୍କୃତି ଅନୁଷ୍ଠାନର ସଭାନେତ୍ରୀ ସୁଜାତାପାଳ ଅଧ୍ୟକ୍ଷତା କରିଥିଲେ । ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତୁପକ୍ଷ ଙ୍କ ପ୍ରତ୍ୟେକ୍ଷ ସହାୟତା ରେ ଆୟୋଜିତ ଏହି ସଚେତନତା ଶିବିରରେ ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ନିବେଦିତା ସ୍ବାଇଂ , ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ଟୁ ପ୍ରସାଦ ପାତ୍ର ,ସ୍ବୟଂଶାସିତ ମହାବିଦ୍ୟାଳୟ .ର ଅଧ୍ୟକ୍ଷା ବିବିଲତା ସରାଫ , ଫାର ଅନୁଷ୍ଠାନ ସମାଜସେବୀ ପ୍ରମିଳା ସ୍ବାଇଁ ସି.ଡବ୍ଳୁ .ସିର ଅଧ୍ୟକ୍ଷା ବିଦ୍ୟୁଲତା ହୁଇକା ପ୍ରମୂଖ ଯୋଦଦେଇଥିଲେ । ରାୟଗଡା ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ନାରୀ ନିର୍ୟାତନା, ଶିଶୁ ଚାଳାଣ , ଶିଶୁ ନିର୍ୟାତନା ଏବଂଏ ସମ୍ପର୍କୀତ ସମସ୍ତ ପ୍ରକାର ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ଅତିଥିମାନେ ମାର୍ଗ ଦର୍ଶନ କରିଥିଲେ । ସଂସ୍କୃତି ଅନୁଷ୍ଠାନ ର ସମ୍ପାଦିକା ସରସ୍ବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଥିବା ମନ୍ଦିର ପରିସରରୁ ଅଚିହ୍ନା ବ୍ୟକ୍ତିର ମୃତ ଦେହ ଉଦ୍ଧାର ପରିଚୟ ଅସ୍ପଷ୍ଟ

masiha

କୃଷି ବିଭାଗ ଦ୍ଵାରା ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ର ଯାଞ୍ଚ ,ଅଣ ସ୍ୱୀକୃତି ପ୍ରାପ୍ତ ବିହନ ବିକ୍ରି କଲେ ଲାଇସେନ୍ସ ରଦ୍ଧ 

masiha

୮୯ ତମ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

Leave a Comment

error: Content is protected !!