ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

କୋକସରା ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

କୋକସରା,୧୮/୧୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଗୋତୋମୁଣ୍ଡା ପଞ୍ଚାୟତ ଚୋରନିଦ୍ୱାର ଓ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଆମ୍ବ ବଗିଚାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଆତ୍ମା କମିଟିର ଅଧ୍ୟକ୍ଷ ଋତୁରାଜ ମାଝୀ, ସମ୍ମାନିତ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୁଝାରି, ବ୍ଲକ ସଂଯୋଜକ ଓଏଲଏମ ସୁରେଶ ରାଉତ, ଆତ୍ମା କମିଟିର ସଦସ୍ୟ କୁମୁଦ ପାତ୍ର, ଛତୁ ଚାଷ ବିଶେଷଜ୍ଞ ରିକିରାମ ପୁଟେଲ, ସଫଳ ଯୁବ ଚାଷି ସୁଧାଂଶୁ ଦାସ ଯୋଗଦେଇ ଉପସ୍ଥିତ ଚାଷୀଙ୍କୁ କେବଳ ଧାନ ଚାଷରେ ସୀମିତ ନରହି ଉଦ୍ୟାନ କୃଷି ପ୍ରତି ଆଗଭର ହେବାକୁ ପରାମର୍ଶ ଦେଇଥିଲେ। ଶୁକ୍ରବାର ଆମପାଣି ପଞ୍ଚାୟତ କନ୍ଦାଗଡ଼ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ଏମ ଡି ତ୍ରିଲୋକେଶ୍ୱର ଏଫ ପି ଓ ଶରତ ଚନ୍ଦ୍ର ମୁଣ୍ଡ, ସଫଳ ଚାଷି ଗୋକୁଳ ଯୋଷୀ ପ୍ରମୁଖ ଯୋଗ ଦେଇଥିଲେ। ଉଦ୍ୟାନ କୃଷିରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ଚାଷ ଉପରେ ଆଲୋଚନା ସମୟରେ ଆମପାଣି ଅଞ୍ଚଳର ଚାଷୀମାନେ ବିଭାଗ ତରଫରୁ ଚାଷିଙ୍କୁ କୌଣସି ସୂଚନା ଦିଆ ଯାଉନାହିଁ କିମ୍ବା ଆସୁଥିବା ଉଦ୍ୟାନ କୃଷି ଯୋଜନା ସମ୍ପର୍କରେ ଚାଷି ଉପଯୁକ୍ତ ପରାମର୍ଶ ପାଉ ନଥିବା ଅଭିଯୋଗ କରିଥିଲେ। ଏନେଇ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀଙ୍କୁ ପଚାରିବାରୁ ସରକାରୀ ସ୍ତରରେ ଯେଉଁ ସବୁ ଯୋଜନା ଚାଷିଙ୍କ ପାଇଁ ଆସୁଛି ତାହା ଆମେ ଜଣାଉଛୁ ବୋଳି କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ କୃଷି କର୍ମଚାରୀ ବାସନ୍ତୀ ଭତ୍ରା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଖଡିଆଳ ସହରର ବରିଷ୍ଠ ନାଗରିକ, ସିଲେଇ ଶିକ୍ଷକ ଝୁମକ ଲାଲ ବର୍ମା ଙ୍କ ଆଜି ୯୪ ବର୍ଷ ବୟସ ରେ ଦେହାନ୍ତ

masiha

ଧର୍ମଗଡ଼ ବ୍ଲକରେ ବିକାଶର ନଗ୍ନ ଚିତ୍ର…. ପୁଣି ଜନନୀ ଯନ୍ତ୍ରଣା- ଖଟିଆ ରେ ବୁହା ହେଲେ ଗର୍ଭବତୀ

Leave a Comment

error: Content is protected !!