ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରାରୋଡ ରେ ଜଲାରାମ ଜୟନ୍ତୀ ପାଳିତ

ରୁପ୍ରାରୋଡ ରେ ଜଲାରାମ ଜୟନ୍ତୀ ପାଳିତ

 ନର୍ଲା /ମସିହା /20/11/23 // କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଗୁଜରାତି ସମାଜ ପକ୍ଷରୁ ଆଜି ଜଲାରାମ ଜୟନ୍ତୀ ଧୁମଧାମରେ ରୁପ୍ରାରୋଡ ଅଗ୍ରସେନ ଭବନ ନିକଟସ୍ଥ ରାଜେଶ ଦତ୍ତା ଙ୍କ ବାସଗ୍ରୁହ ପରିସରରେ ପାଳିତ ହୋଇଯାଇଛି । ସକାଳୁ ଜଲାରାମ ବାବାଙ୍କ ପୂଜାଅର୍ଚନା କରି ଗରିବ ଭୋଜନକରାଇ ଥିବା ବେଳେ 100 ଜଣଙ୍କୁ ଶୀତ କପଡା କମ୍ବଳ ବଣ୍ଟନ କରିଥିଲେ । ସନ୍ଧ୍ୟା ସମୟରେ ମହା ଆଳତୀ କରି ମହାପ୍ରସାଦ ବଣ୍ଟନ କରିଥିଲେ। ସ୍ଥାନୀୟ ବିଷ୍ଣୁ ପ୍ରସାଦ ଶର୍ମା ପୂଜା କାର୍ଯ୍ୟ ତୁଲାଇଥିଲେ। ମହେଶ କୋଟକ, ନିକୁ ଦତ୍ତା, ବିକାଶ ଦତ୍ତା, ନିଲେଶ ଦତ୍ତା, ରାଜେଶ ଦତ୍ତା, ନରେଶ କୋଟକ, ରବି କୋଟକ,ତୁଷାର ସୋମୟା, ଅରୁଣ ଦତ୍ତା, ଆଶ୍ୱିନ ଦତ୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶତାଧିକ ମହିଳା ପୁରୁଷ ଭକ୍ତଙ୍କ ସମାଗମ ହୋଇଥିଲା ।ଜୟ ଜଲାରାମ ସ୍ଲୋଗାନ ସହିତ ଭଜନ କୀର୍ତନ ରେ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସ୍ରଷ୍ଟା ହୋଇଥିଲା।

ଦୀପକ ଠାକୁର, ନର୍ଲା

Related posts

ଜଳେଶ୍ଵର ଆର.ଏମ୍.ସିରେ ବ୍ୟାପକ ଦୁର୍ନୀତି ? ଭିଜିଲାନ୍ସ ତଦନ୍ତ ଦାବୀ କଲେ ଚାଷୀ ଓ ବୁଦ୍ଧିଜୀବି

ମହା ଆଡମ୍ବରରେ ପାଳିତ ହେଲା ହର ଘର ତିରଙ୍ଗା ଯାତ୍ରା

masiha

ରାଇରଙ୍ଗପୁର ବସଷ୍ଟାଣ୍ଡ ପରିସର ରାସ୍ତା ଖାଲ ଖମାଲ ଯୋଗୁଁ ଵେହାଲ; ବସ ମାଲିକ,ଯାତ୍ରୀ ହନ୍ତସନ୍ତ; ପୌର‌ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି

masiha

Leave a Comment

error: Content is protected !!