ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯାମଦା ବିଜେପି ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧର ବ୍ଳକ ଘେରାଉ ଓ ବିକ୍ଷୋଭ 

ଯାମଦା ବିଜେପି ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧର ବ୍ଳକ ଘେରାଉ ଓ ବିକ୍ଷୋଭ 

 ମୟୂରଭଞ୍ଜ – ୨୦/୧୧ ( ମସିହା) ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଯାମଦା ଅଂଚଳର ବରିଷ୍ଠ ବିଜେପି ନେତା ତଥା ଓଵିସି ସେଲ ଜିଲ୍ଲା ସଭାପତି ବିଜୁ ଗୋପାଲ ଗୋପଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ଯାମଦା ଵ୍ଳକ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବ୍ଳକ ଘେରାଉ, ବିକ୍ଷୋଭ ଓ ଜନ ଆକ୍ରୋଶ ସମାବେଶ କରିଥିଲେ ।ଯାମଦା ଵ୍ଳକରେ ଜନ ପ୍ରତିନିଧି ଅଗୋଚରରେ ଯନ୍ତ୍ରୀମାନେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବିନା ପଲ୍ଲୀ ସଭାରେ ଅନୁମୋଦନ କରିବା ସହ ମନଇଛା କାର୍ଯ୍ୟ ବଣ୍ଟନ କରୁଛନ୍ତି,ଯାମଦା ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର,ନର୍ସ, କର୍ମଚାରୀ ଅଭାବ ନେଇ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା,ଯାମଦା ହାଇସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ଏବଂ ବ୍ୟବହୃତ ବାଲି ପରିବହନରେ କଟକଣା, ସ୍କୁଲରେ ମଧ୍ୟାହ୍ନ ଭାବରେ ଚାଉଳ କମ୍,ଘନ ଘନ ବିଦ୍ୟୁତ କାଟ,ଯାମଦା ଅଂଚଳରେ ଜଳସେଚନ ପ୍ରତି ସରକାରଙ୍କ ଉଦାସୀନତା,ପିଇବା ପାଣି ସଂକଟ, ବେକାର ଯୁବକଙ୍କ ହାତରେ କାମ ନାହିଁ,ଦାଦନ ସଂଖ୍ୟା ବୃଦ୍ଧି ପ୍ରତିବାଦରେ ସ୍ଳୋଗାନ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଜିଲ୍ଲା ମହିଳା ସଭାନେତ୍ରୀ ସୋନାଲି ମହାନ୍ତ, ଏସଟିସେଲ ରାଜ୍ୟ ନେତା ଇଂ ରାମଚନ୍ଦ୍ର ହାଂସଦା, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ଜଲେନ ବାର୍ଦା,କାର୍ଯ୍ଯକାରିଣୀ ସଦସ୍ୟ ଇଂ କମଳାକାନ୍ତ ନାଏକ, ମାଳତୀ ଆଳଦା, ମଧୁସୂଦନ ଟୁଡୁ,ଦୁଖୀଶ୍ଯାମ ହେମ୍ବ୍ରମ,ଜାମଦା ମଣ୍ଡଳ ସଭାପତି ତୁରାମ ଦେଓଗାମ,ପାସନା ମଣ୍ଡଳ ସଭାପତି ଲକ୍ଷ୍ମଣ ମାର୍ଣ୍ଡୀ,,ଏସଟି ସେଲ ଜିଲ୍ଲା ସଂପାଦକ ଫାଗୁରାମ ମାର୍ଣ୍ଡି,ସାଂସଦ ପ୍ରତିନିଧି ସାମନ୍ତ ଚନ୍ଦ୍ରଶେଖର ଗିରି, ସମାଜସେବୀ ଗୋପାଲ ଵେଶ୍ରା, ସମାଜ ସେବୀ ସୁବାସ ଵରାଳ, ନରେନ୍ଦ୍ର ପାତ୍ର,ତରଣୀ ସେନ ଦାସ,ଅନାରୁଲ ହକ,ଏମଡି ଆକଵର,କିଣାରାମ ବିରୁଆ,ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ବର୍ଷିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Sunil Chandra Nayak

ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା  ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ବିପର୍ଯ୍ୟସ୍ତ: ବିଜେଡି

Sunil Chandra Nayak

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!