ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜାରେ ଡଃ.ମହତାବଙ୍କ ଜୟନ୍ତୀ ପାଳିତ 

୪୨ ମୌଜାରେ ଡଃ.ମହତାବଙ୍କ ଜୟନ୍ତୀ ପାଳିତ 

କଟକ : ଡଃ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ୪୨ମୌଜା ଏରଞ୍ଚ ସ୍ଥିତ ଗୋପବନ୍ଧୁ ପୌଢ ନିବାସ ଠାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ତଥା ପୌଢ ନିବାସର ସମ୍ପାଦକ ଅନୁପମ ପତି ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟ ବକ୍ତା ୪୨ମୌଜା ବିକାଶ ପରିଷଦର ସମ୍ପାଦକ ସନ୍ତୋଷ କୁମାର ପତିଙ୍କ ପ୍ରସ୍ତାବ କ୍ରମେ ୪୨ମୌଜା ଶାନ୍ତି କମିଟିର ସଭାପତି ଶରତ କୁମାର ରାୟ ସଭାରେ ସଭାପତିତ୍ବ କରିଥିଲେ । ସମ୍ମାନୀୟ ଅତିଥି ଭାବେ ୪୨ ମୌଜା ଯାଦବ ମହାସଭାର ସଭାପତି ବୁଲେଇ ବେହେରା,ସମାଜସେବୀ ଶୁକଦେବ ପଟ୍ଟନାୟକ,କିଶୋର ବାରିକ, ନିହାର ରଞ୍ଜନ ଦାସ,ଜ୍ୟୋତିରଂଜନ ଦାସ,ରବୀନ୍ଦ୍ର ମହାନ୍ତି ଓ ପୌଢ ନିବାସର ଅନ୍ତେବାସୀ ପ୍ରମୁଖ ଡଃ. ମହତାବଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବକ୍ତା ମାନେ ଡଃ. ମହତାବଙ୍କ ଜୀବନୀ ଶୈଳୀ,ବଳିଷ୍ଠ ବ୍ୟକ୍ତିତ୍ବ ଓ ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବର୍ଣ୍ଣନା କରି ଗୁଣଗାନ ମାନ କରିଥିଲେ । କିଶୋର ବାରିକ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ରେ କବିତା ପାଠୋତ୍ସଵ

Sunil Chandra Nayak

ବ୍ଲକ ସ୍ତରିୟ ପରବ ଢେମସା ନାଚରେ ମଞ୍ଚ ଦୁଲୁକିଲା 

masiha

ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ 

masiha

Leave a Comment

error: Content is protected !!