ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସେଣ୍ଟ୍ରାଲ ନର୍ସରୀ କେବିଡି ଠାରେ ଉଦ୍ୟାନ ବିଭାଗ ତରଫରୁ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର ସହକାରୀ କୃଷି ଅଧିକାରୀ ଧର୍ମଗଡ ହେମାନନ୍ଦ ମାଝୀ, ସହକାରୀ ଉଦ୍ୟାନ ଅଧିକାରୀ କୋକସରା ସୌରଭ ପାଣିଗ୍ରାହୀ ସର୍ବେ ସାଇ ଏଡିବଳ ଅଏଲସ ପ୍ରାଇଭେଟ ଲିମିଟେଡ଼ ଡେଭଲପମେଣ୍ଟ ଅଫିସର ରଞ୍ଜନ କୁମାର ଦାସ, ଅଗ୍ରଣୀ ଚାଷୀ ଗୌରାଙ୍ଗ ନାଗ, ଚାଷୀ ରୁଦ୍ର ମାଝୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଉପସ୍ଥିତ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ଉଦ୍ୟାନ ବିଭାଗ ଦ୍ବାରା ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ଚାଷୀମାନଙ୍କ ସହିତ ଉଦ୍ୟାନ ବିଭାଗ ସର୍ବଦା ସହଯୋଗ କରିଆସୁଥିବା ବେଳେ ଚାଷୀମାନେ ମଧ୍ୟ ଲାଭ ନେବା କଥା ବୋଲି ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଧର୍ମଗଡ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରତିଭା ନାଏକ ପରିଚାଳନା କରିଥିବା ବେଳେ ଉଦ୍ୟାନ ସାଥି ନରେଶ କୁମାର ହଂସ, ରାମଲାଲ ନାଏକ ଏବଂ ଉଦ୍ୟାନ ପରିବାର ଧର୍ମଗଡ ର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିକ୍ଷାର ଆଲୋକ ବର୍ତ୍ତିକା ଶିକ୍ଷକର ଦେହାବସାନ ରେ ସମସ୍ତେ ଶୋକାକୁଳ 

Sunil Chandra Nayak

ରାୟଗଡ଼ା ଠାରେ ଦିବ୍ୟଦର୍ଶନ ସଂଘର 37ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ 

masiha

ହାପି ମୋମେଣ୍ଟସ ଇଣ୍ଡିଆ ର ୧୪ ତମ ପ୍ରତିଷ୍ଠା ଦିବସ ପାଳନ 

Leave a Comment

error: Content is protected !!