ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହୁ ଚର୍ଚ୍ଚିତ ନିଖୋଜ ତଅପୋଇର ଗଳିତ ଶବ ବୁଢ଼ାରଣା ପାହାଡ଼ରୁ ପୋଲିସ ଦ୍ବାରା ଉଦ୍ଧାର

ବହୁ ଚର୍ଚ୍ଚିତ ନିଖୋଜ ତଅପୋଇର ଗଳିତ ଶବ ବୁଢ଼ାରଣା ପାହାଡ଼ରୁ ପୋଲିସ ଦ୍ବାରା ଉଦ୍ଧାର

 ମୟୂରଭଞ୍ଜ- ୨୩/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ରୁମାପାହାଡି ଗ୍ରାମର ବିଧବା ମହିଳା ତଅପୋଇ ମହାନ୍ତ(୪୭) ଗତ ୧୦/୧୧ ତାରିଖ ଶୁକ୍ରବାର ଦିନ ରାଇରଙ୍ଗପୁର ସାପ୍ତାହିକ ହାଟରୁ ପରିବା ପତ୍ର କିଣିବା ପାଇଁ ଆସି ଆଉ ଘରକୁ ଫେରି ନଥିଲେ । ସଂନ୍ଧ୍ୟା ୬ ଟା ପାଖାପାଖି ସମୟରେ ପରିବାର ଲୋକେ ତାଙ୍କୁ ଫୋନ କରିବାରୁ ସେ ରାଇରଙ୍ଗପୁର କଲେଜ ପର୍ଯ୍ୟନ୍ତ ସଂପର୍କରେ ଥିଲେ ।ପରେ ମୋବାଇଲ ସୁଇଚ ଅଫ୍ ହୋଇ ଯାଇଥିଲା ।ଘରକୁ ନ ଫେରିବାରୁ ପରିବାର ଲୋକେ ଯାମଦା ଥାନାରେ ନିଖୋଜ ନେଇ ୧୧/୧୧ ରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଗୁରୁବାର ୨୨/୧୧ ତାରିଖ ସକାଳେ ହେଁସଡା ପଞ୍ଚାୟତର ମାଟିଆଳି ଗ୍ରାମର କିଛି ଲୋକ ଶୌଚ କରିବାକୁ ନିକଟସ୍ଥ ବୁଢ଼ାରଣା ପାହାଡ଼ ପାଦ ଦେଶରେ ଦୁର୍ଗନ୍ଧ ବାସ୍ନା ପାଇଥିଲା ।ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ଯାମଦା ଥାନା ଓଆଇସି ମିନତୀ ନାଏକ , ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ମହିଳାଙ୍କ ରକ୍ତ ଜୁଡୁଵୁଡୁ ଶାଢ଼ୀ,ଶାୟା,ବ୍ଳାଉଜ,ଚୁଡ଼ି,ଚପଲ,ଓଢ଼ଣୀ ବିଭିନ୍ନ ସ୍ଥାନରେ ଏଠି ସେଠି ପଡ଼ିଥିଲା । । ତାଙ୍କୁ ରାସ୍ତାରୁ ଘୋଷାରି ଘୋଷାରି ଘୋଷାରି ନେଇ ଜଙ୍ଗଲ ଭିତରେ ଵିଵସ୍ତ୍ର କରି କଲବଲ କରି ମରଣାନ୍ତକ ଆକ୍ରମଣ କରି ବିଭତ୍ସ ହତ୍ୟାକାଣ୍ଡ କରାଯାଇଛି ତଅପୋଇର ମଥାକୁ ପଥରରେ ଛେଚି ହତ୍ୟା କରାଯାଇଛି। ଦୁବୃର୍ତ୍ତଙ୍କ ଚପଲ ଓ ଗାମୁଛା ମଧ୍ୟ ଏଠି ସେଠି ପଡ଼ିଛି ।ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଥିଲେ । ମୃତ ବିଧବା ତଅପୋଇର ପୁଅ ଲେଖା ଅନୁସାରେ ପୋଲିସ ହତ୍ୟା ମାମଲା କେଶ ନମ୍ବର ୯୪/୨୩ ରୁଜୁ କରି ତଦନ୍ତ ଚଳାଇଛି ।ଖବର ପାଇ ବୁଢ଼ାରଣା ଜଙ୍ଗଲ ଓ ରାସ୍ତା ପାର୍ଶ୍ବ ଲୋକାରଣ୍ୟ ହୋଇ ଉଠିଥିଲା ।ମୃତକ ତଅପୋଇ ମହାନ୍ତ ରାଜ୍ୟ ବିଜୁ ଛାତ୍ର ଜନତା ସାଧାରଣ ସମ୍ପାଦକ ବିକାଶ ମହାନ୍ତଙ୍କ ବଡ ଭଉଣୀ ।ସେ ତାଙ୍କ ଭଉଣୀର ହତ୍ୟାକାରୀକୁ ଗିରଫ କରି କଠୋରରୁ କଠୋର ଦଣ୍ଡ ଦେବାପାଇଁ ପୋଲିସକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।ଘଟଣା ସନ୍ଦେହରେ ପୋଲିସ ଜାମଦା ଥାନା ଅନ୍ତର୍ଗତ କୁଦାହାଁସା ଗ୍ରାମର ଦୁଇ ବାପ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗଞ୍ଜେଇ ଜବତ, ୧ ଗିରଫ

Sunil Chandra Nayak

ଯୌତୁକ ନିର୍ଯ୍ୟାତନା ର ଅଭିଯୋଗ

masiha

ଘରୁ ସୁନା ଅଳଙ୍କାର ଚୋରି ଅଭିଯୋଗ 

masiha

Leave a Comment

error: Content is protected !!