ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ବର୍ଷ ତେନ୍ତୁଳିଖୁଣ୍ଟି ରେ 3600 କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ

ଚଳିତ ବର୍ଷ ତେନ୍ତୁଳିଖୁଣ୍ଟି ରେ 3600 କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ

 ତେନ୍ତୁଳିଖୁଣ୍ଟି ୨୪/୧୧/୨୩  // ତେନ୍ତୁଳିଖୁଣ୍ଟି ବ୍ଲକ୍ କୃଷି ସୂଚନା ଏବଂ ପରାମର୍ଶ କେନ୍ଦ୍ର ଠାରେ ଓଡିଶା ମିଲେଟ୍ସ ମିଶନ, କୃଷି ବିଭାଗ , ଅଗ୍ରଗାମୀ, ଅଞ୍ଚଳଗୁମା ଲ୍ୟାମ୍ପସ ଙ୍କ ମିଳିତ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

 ବ୍ଲକ୍ କୃଷି ଅଧିକାରୀ ବରୁଣ ଧନପାଲ୍ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମୃତୁଞ୍ଜୟ କନ୍ଦପାନ ,କୃଷି ଓଭରସିୟର ହରି ଶ ଙ୍କ ର ତ୍ରିପାଠୀ ,ଧୀରେନ ବେନିଆ , ମଧୁସ୍ମିତା ପତି ଜିତେନ୍ଦ୍ର ଟା କ୍ରୀ ସମେତ ତେନ୍ତୁଳିଖୁଣ୍ଟି ବ୍ଲକ୍ ଓଡ଼ିଶା ମିଲେଟ୍ସ ମିଶନ ର ବ୍ଲକ୍ ସଂଯୋଜକ ନିଶାନ୍ତ କୁମାର ବିଷୋୟୀ ଏବଂ ଅବିନାଶ ପଣ୍ଡା, ଅଗ୍ରଗାମୀ ର ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ଜେନା, ନବଗାମି ଏଫ୍ ପି ଓ ର ମୁଖ୍ୟ ନିର୍ବାହୀ ଅଧିକାରୀ ନିରୋଦ ପଣ୍ଡା, ଅଞ୍ଚାଳଗୁମ୍ମା ଲ୍ୟାମ୍ପ ର ନିର୍ବାହୀ ଅଧିକାରୀ ଆଦି ଯୋଗ ଦେଇ ଏହି ମାଣ୍ଡିଆ ମଣ୍ଡି ବିଷୟରେ ଆଲୋଚନା କରିଥିଲେ । 

ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଥିବା 15 ଗୋଟି ପଞ୍ଚାୟତ ରୁ ସମସ୍ତ କୃଷକ ସାଥୀ ମାନେ ମଧ୍ୟ ଏହି ମିଟିଂ ରେ ଯୋଗ ଦେଇଥିଲେ । ପୂର୍ବବର୍ଷ ମାଣ୍ଡିଆ ମଣ୍ଡିରେ ଚାଷୀ ମାନେ ଯେଉଁ ସବୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ସେହି ଉପରେ ଆଲୋଚନା କରାଯାଇଥିଲା। ସେହିଭଳି ଅସୁବିଧା ଯେପରି ଚଳିତ ବର୍ଷ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା । 

ଚଳିତ ବର୍ଷ ଅଗ୍ରଗାମୀ 7 ଟି ପଞ୍ଚାୟତ ରେ ମାଣ୍ଡିଆ ମଣ୍ଡି ପରିଚାଳନା କରିବ ଏବଂ 2000 କ୍ଵିଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଅଞ୍ଚଳଗୁମ୍ମା ଲ୍ୟମ୍ପସ ବ୍ଲକ୍ ରେ ବାକି ଥିବା 8 ଟି ପଞ୍ଚାୟତ ରେ ମଣ୍ଡି ପରିଚାଳନା କରି 1600 କ୍ଵିଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । 

ବ୍ଲକ୍ ର ସମସ୍ତ କୃଷକ ସାଥୀ ମାନଙ୍କୁ ମଧ୍ୟ ଏହି ମାଣ୍ଡିଆ ମଣ୍ଡି ରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଚଳିତ ବର୍ଷ ର ମଣ୍ଡି କାର୍ଡ ପାଇଁ ନାମ ପଞ୍ଜିକରଣ ଡିସେମ୍ବର 15 ତାରିଖ ରୁ ଆରମ୍ଭ ହେବ ବୋଲି ନିଷ୍ପତି ନିଆଗଲା । ଏହା ସହିତ ମଣ୍ଡି ସଚେତନତା ଗାଡ଼ି ଡିସେମ୍ବର ପ୍ରଥମ ସପ୍ତାହ ରୁ ବାହାରି ବ୍ଲକ୍ ର ସମସ୍ତ ପଞ୍ଚାୟତ ତଥା ଗ୍ରାମ ରେ ଯାଇ ଚାଷୀମାନଙ୍କୁ ମଣ୍ଡି ବିଷୟରେ ଅବଗତ କରାଇବ । କାର୍ଯ୍ୟକ୍ରମ ପରିଚାଳନା ରେ ଏ ଟି ଏମ ବାଳ ଗୋବିନ୍ଦ ସାହୁ ,ଆଶିଷ କୁମାର ପରିଡା ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଦୀର୍ଘାୟୁର୍ବେଦ ଗୋସେବାଶ୍ରମରେ ଗୋଷ୍ଠାଷ୍ଟମୀ ପାଳିତ

Sunil Chandra Nayak

ଡ଼ାବୁଗାଁ ବ୍ଳକରେ ଧାନ ମଣ୍ଡି ଉଦଘାଟିତ

masiha

ପାଣ୍ଡରା ମାଲି ସମାଜ  ପାଳନ କଲା  ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!