ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ୍-୨୦୨୩ ଉଦଯାପିତ

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ୍-୨୦୨୩ ଉଦଯାପିତ

ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ହିଁ ସର୍ଗିଫୁଲ

ଜୁନାଗଡ଼ ୨୪/୧୧(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ପରିସର ରେ ଜିଲ୍ଳା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ୍-୨୦୨୩ ଅନୁଷ୍ଠିତ ହୋଇଥିଲା । କୋମଳମତୀ ଛାତ୍ରଛାତ୍ରୀ ମାନଙ୍କ ର ଲୁକ୍କାୟିତ ପ୍ରତିଭା ର ଅନ୍ଵେଷଣ କରି ତା’କୁ ବିକଶିତ କରିବା ହି ହେଉଛି ସର୍ଗିଫୁଲ୍ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ ବୋଲି ଉଦଘାଟନୀ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ଉଦଘାଟନି ଉତ୍ସଵରେ ଶିକ୍ଷା ନିରୀକ୍ଷକ କମଳାକାନ୍ତ ପ୍ରହରାଜ ଙ୍କ ସଭାପତିତ୍ଵ ରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ,ସମ୍ମାନିତ ଅତିଥି ଭାବେ ଜିଲ୍ଳା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ସ୍ଵତନ୍ତ୍ର ଅଧିକାରୀ ନନ୍ଦୀ କିଶୋର ତାଣ୍ଡୀ , ସୁର୍ଯ୍ୟ କୁମାର ପଣ୍ଡା , ଶିକ୍ଷକ ସଂଘ ସଭାପତି ଉମାକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ଶିଶୁ ମହୋତ୍ସବ ର ଉଦ୍ଘାଟନୀ ସଭା କୁ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ମେହେର ପରିଚାଳନା କରିଥିବା ବେଳେ ପ୍ରଥମ ସାଂସ୍କୃତିକ ସଂଧ୍ୟାକୁ ପ୍ରଧାନ ଶିକ୍ଷକ ଵେଦଵ୍ୟାସ ପ୍ରଧାନ, ତପସ୍ଵିନୀ ମହାନ୍ତି ଓ ସଂଜିଵ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । 

ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।କୂତୀ ପ୍ରତିଯୋଗୀ ମାନେ ଜୋନାଲ୍ ସ୍ତର ଗଜପତି କୁ ଯାଇ କୃତିତ୍ଵ ହାସଲ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଦ୍ଵିତୀୟ ଦିବସ ତଥା ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ,ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ୍ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଵେଦଵ୍ୟାସ ପ୍ରଧାନ ପରିଚାଳନା କରିଥିଲେ। ମଞ୍ଚ ପରିଚାଳନା ଏନସିସି ଅଫିସର୍ ସନ୍ତୋଷ କୁମାର ମେହେର ଓ ବିଜ୍ଞାନ ଶିକ୍ଷକ ପ୍ରମୋଦ ଛତ୍ରିଆ, ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ସଭା ପରିଚଳନା କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଖଡିଆଳ ଅଞ୍ଚଳ ର ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରାଜୀବ କୁମାର ତିୱାରୀ ଙ୍କ ଆଜି ପରଲୋକ 

masiha

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

masiha

ଜିଲ୍ଲା ପରିଷଦ ବୈଠକ ରେ  କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ମୁହାଁ ମୁହିଁ 

Sunil Chandra Nayak

Leave a Comment

error: Content is protected !!