ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ “ଛତୁ ମିଶନ “କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ “ଛତୁ ମିଶନ “କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଢେଙ୍କାନାଳ (ମନିସ )24/11/23 ଶାମାଚାରଣପୁର ସ୍ଥିତ ସେଆର ଏନଜିଓ ରେ ଜିଲ୍ଲାସ୍ତରୀୟ “ଛତୁ ମିଶନ” କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୀପ୍ତିକାନ୍ତ ରାଉତରାୟ ଯୋଗଦେଇଥିଲେ l ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କର ମହିଳା ମାନଙ୍କୁ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବି କରେଇବାପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଇଛନ୍ତି l ଏହା ଦ୍ୱାରା ଆଗାମୀ ଦିନରେ ଛତୁ ଚାଷ କ୍ଷେତ୍ରରେ ମହିଳା ମାନେ ଅଧିକ ଅନୁଭବି ହେଇପାରିବେ ଏହା ସହ ଜିଲ୍ଲାରେ ଛତୁ ର ଚାହିଦା ମଧ୍ୟ ପୁରା ହେଇପାରିବ l ଏହା ସହ ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ମହିଳାମାନଙ୍କୁ ଛତୁ ରୁ ଆଉ ଅନ୍ୟ ବାଇ ପ୍ରଡକ୍ଟ କିପରି ତିଆରି କରିହେବ ସେ ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି l ଯାହାଫଳରେ ସେମାନେ ଏହି ସବୁ ଉତ୍ପାଦ କୁ ବିକ୍ରୟ କରି ସଫଳ ଚାଷୀ ହେବା ସହ ସଫଳ ଉଦ୍ୟୋଗୀ ମଧ୍ୟ ହେଇପାରିବେ l

     ଏହି କାର୍ଯ୍ୟକ୍ରମରେ ଉପ ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀମତୀ ଗୀତଶ୍ରୀ ପାଢ଼ୀ, ଡି. ଆର. ସି. ଏସ ଶ୍ରୀମତୀ ସରୋଜିନୀ ଜେନା, ଡି. ଆର. ଡି. ଓର ଲୋକପାଳ ଶ୍ରୀ ଅମରେନ୍ଦ୍ର ମଲ୍ଲ, ଡି. ପି. ଏମ ଓ. ଏଲ. ଏମ ଶ୍ରୀମତୀ ସତ୍ୟଭାମା ପ୍ରଧାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଫଳ ଛତୁ ଚାଷୀ ଶ୍ରୀ ଅଜୟ ପୃଷ୍ଟି, ଜିଲ୍ଲାର ପ୍ରତି ବ୍ଲକ ର ମହିଳା ସ୍ୱୟଂ ସହାୟକ ଗୋଷ୍ଟିର 70 ରୁ ଅଧିକ ମହିଳା, କୃଷି ମିତ୍ର ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

      ଏହି କାର୍ଯ୍ୟକ୍ରମଟି ରାଜ୍ୟ ଛତୁ ମିଶନ ମାଧ୍ୟମରେ ଉପ ଉଦ୍ୟାନ କୃଷି ନିର୍ଦେଶକ, ଢେଙ୍କାନାଳ ଙ୍କ ସହାଭାଗିତା ରେ ଅନୁଷ୍ଠିତ ହେଇଥିଲା l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

masiha

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଏସ କେ ଷ୍ଟିଲ ଫର୍ଣିଚର ସୋ ରୁମ୍ ଉଦଘାଟିତ

Sunil Chandra Nayak

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ଏକ ଜରୁରୀ ବୈଠକ

masiha

Leave a Comment

error: Content is protected !!