ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସିଙ୍ଗିରେ ବାଇକ୍ କାର୍ ମୁହାଁମୁହିଁ; ବାଇକରେ ଥିବା ୩ ଆରୋହୀ ଗୁରୁତର

ବାସିଙ୍ଗିରେ ବାଇକ୍ କାର୍ ମୁହାଁମୁହିଁ; ବାଇକରେ ଥିବା ୩ ଆରୋହୀ ଗୁରୁତର 

 ମୟୂରଭଞ୍ଜ -( ୨୫୵୧୧୵୨୩ )( ମସିହା )୨୨୦ ନଂ ଜାତୀୟ ରାଜପଥ ମରଣଯନ୍ତା । ରାଇରଙ୍ଗପୁର- ଵହଳଦା ଜାତୀୟ ରାଜପଥ ୨୨୦ ନମ୍ବର ବାସିଙ୍ଗି କ୍ରସର ପଏଣ୍ଟ ନିକଟରେ ଆଜି ଶନିବାର ୬.୩୦ ସମୟରେ ବାଇକ୍ ଓ କାର୍ ମୁହାଁ ମୁହିଁ ହେବା ଫଳରେ ବାଇକ୍ ରେ ୩ ଆରୋହୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ିଥିଲେ ।ବାଇକ ଚୁମାର ହୋଇଯାଇଛି । କାର୍ ଚାଳକ ଘଟଣାସ୍ଥଳରୁ ମାଡ଼ ଡରରେ ଫେରାର ।ଗୁରୁତର ୩ ଜଣଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ସୂଚନା ଅନୁସାରେ ବାଇକ୍ ଆରୋହୀ ହେଲେ ବହଳଦା ଥାନା ଅନ୍ତର୍ଗତ ପାନ୍ଦାଡା ଗ୍ରାମର ଆଶିଷ ମଣ୍ଡଳ(୧୮) , ବନାଡୁଙ୍ଗୁରୀ ଗ୍ରାମର ଜଗନ୍ନାଥ ସର୍ଦ୍ଦାର(୧୮) ଓ ବହଳଦାର ଫାଗୁନ ରାଜ୍ ହେମ୍ବ୍ରମ (୧୮) ଏମାନେ ହେଲେ ତିନି ସାଙ୍ଗ ସେମାନେ ବହଳଦା ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ର ଛାତ୍ର ବୋଲି ଜଣାପଡିଛି । ଦୂର୍ଘଟଣା ଘଟାଇ ଥିବା କାର ନଂ ଜେ ଏଚ୍ ୦୫ ଡି ଜି ୩୯୦୨ ହୋଇଥିବା ବେଳେ ବାଇକ୍ ନମ୍ବର ହେଲା ଓ ଡି ୧୧ ଜେ ୩୨୪୩ ବୋଲି ଜଣାପଡିଛି । ପରିସ୍ଥିତି ଗୁରୁତର ଯୋଗୁଁ ଆଶିଷ ମଣ୍ଡଳ ଏବଂ ଫାଗୁ ହେମ୍ବ୍ରମ ଙ୍କୁ କଟକ ସ୍ଥାନାନ୍ତର କରା‌ଯାଇଥିବାବେଳେ ଜଗନ୍ନାଥ ସର୍ଦ୍ଦାର ଙ୍କୁ ବାରିପଦା ସରକାରୀ ମେଡିକାଲ କଲେଜକୁ ପଠାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସମ୍ମିଳନୀ,ନବରଙ୍ଗପୁର ଶାଖା ତରଫରୁ ୮୮ତମ ଓଡିଶା ଦିବସ ତଥା ଉତ୍କଳ ଦିବସ ପାଳନ

Sunil Chandra Nayak

କୋରାପୁଟ ଜିଲ୍ଲାପାଳ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଦର୍ଶନ କଲେ ଜିଲାପାଳ 

masiha

ପ୍ରଶାସନ ପହଞ୍ଚିବ ଲୋକଙ୍କ ପାଖରେ

Sunil Chandra Nayak

Leave a Comment

error: Content is protected !!