ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ଦିବସ ଉପଲକ୍ଷେ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ

ସମ୍ବିଧାନ ଦିବସ ଉପଲକ୍ଷେ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ

ଜୁନାଗଡ, ତା. ୨୬/୧୧ (ମ ନି ସ)ଜୁନାଗଡର ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାର ଆନୁକୂଲ୍ୟରେ, କୈଳାସ ରାଉତଙ୍କ ସଭାପତିତ୍ବରେ ସମ୍ବିଧାନ ଦିବସ, ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଅଜୟ ଦାସ ପ୍ରାରମ୍ଭିକ ସୂଚନା ଦେବାପରେ ଭାଗିରଥୀ ସାଗର ଓ ନବଘନ ସାହୁଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରବଣ କୁମାର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ଦାସ, ସମାଜ ସେବୀ ଓ କବି ଉଦ୍ଧବ ସାହୁ ବକ୍ତାବ୍ୟରେ ଆମ ଦେଶର ସମ୍ବିଧାନର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ। ସୁଧୀର ମେହେର,ଚନ୍ଦ୍ର ଶେଖର ସିଂହ, ନିରଞ୍ଜନ ସାହାଣୀ, ପ୍ରମଲାଲ ବାଗ୍, ବ୍ରଜକିଶୋର ମିଶ୍ର, ତରଙ୍ଗ ଚଣ୍ଡି ସମ୍ବିଧାନ ଦିବସ ଆଧାରିତ ସ୍ବରଚିତ କବିତା ବେଶ୍ ପ୍ରଶଂସିତ ହୋଇଥିଲା।ଶେଷରେ ଚନ୍ଦ୍ରଶେଖର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ଅବସର ରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା 

masiha

Adult literacy school opening at Kantajhar

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ଶିଶୁଙ୍କ ପାଇଁ ଶୁଭାରମ୍ଭ ହେଲା ‘କୁଶାଲ ବଚ୍‌ପନ୍’ ଅଭିଯାନ

Sunil Chandra Nayak

Leave a Comment

error: Content is protected !!