ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଘାଟନ ହେଲା ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ

ଉଦଘାଟନ ହେଲା ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ

ବାଲେଶ୍ଵର,୨୬/୧୧- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ସ୍ଥିତ ଡକ୍ଟର ହରେକୃଷ୍ଣ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗତକାଲି ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରଫେସର ରବିନ୍ଦ୍ର କୁମାର ସେଣ୍ଡ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ଯକ୍ଷ ଗଗନ ବିହାରୀ ରାଉତ ଅଧିକରୁ ଅଧିକ ଛାତ୍ରଛାତ୍ରୀ କିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ଓଡିଶା ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ପରିଚାଳନା କମିଟିର ସଭାପତି ପ୍ରଫେସର ଶ୍ରୀ ସେଣ୍ଡ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମାଳତୀ ଲତା ହାତୀ ଆଜିର କାର୍ଯ୍ୟକ୍ରମ ସାଂସ୍କୃତିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶୁମାନ ନାଏକଙ୍କ ସମେତ ସମସ୍ତଙ୍କ ଅଧ୍ଯାପିକା, ଅଧ୍ଯାପକ, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶ୍ରୀ ଜଗନ୍ନାଥ କଥାମୃତ ଶିକ୍ଷା ଶିବିର ନିମନ୍ତେ ସାମ୍ବାଦିକ ସମ୍ମିଳନୀ

masiha

ମାନବିକତା ଦେଖେଇଲେ ଗୌରୀ ମାଝି

ବଡଡାଳିମା ସିରିଜ ଦୁର୍ଘଟଣାରେ ୫’ ଆହତ, ଜଣେ ଗୁରୁତର

masiha

Leave a Comment

error: Content is protected !!