ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ ରାଉରକେଲା:ପରିତ୍ୟକ୍ତ ଇସ୍ପାତ ହାଇସ୍କୁଲର ବ୍ୟବହାରିକ ଉପଯୋଗ ନେଇ ପ୍ରଶାନ୍ତଙ୍କ ଦାବି

ଦକ୍ଷିଣ ରାଉରକେଲା:ପରିତ୍ୟକ୍ତ ଇସ୍ପାତ ହାଇସ୍କୁଲର ବ୍ୟବହାରିକ ଉପଯୋଗ ନେଇ ପ୍ରଶାନ୍ତଙ୍କ ଦାବି

ରାଉରକେଲା/ଫର୍ଟିଲାଇଜର ଟାଉନସିପ ଠାରେ ଥିବା ପରିତ୍ୟକ୍ତ ଇସ୍ପାତ ହାଇସ୍କୁଲ ଅବସ୍ଥା ଦିନକୁ ଦିନ ଜରାଜୀର୍ଣ୍ଣ ହୋଇ ପଡୁଥିବା ବେଳେ ଏହାର ବ୍ୟବହାରିକ ଉପଯୋଗ ନେଇ ରଘୁନାଥପଲ୍ଲୀର ସମାଜସେବୀ ପ୍ରଶାନ୍ତ ସେଠୀ ଆଜି ଇସ୍ପାତ କାରଖାନା ସହର ଶାଖା ଅଧିକାରୀଙ୍କୁ ଭେଟି ଦାବି କରିଛନ୍ତି l ଆରଏସପି କତୃପକ୍ଷଙ୍କ ଏହି ବହୁ ମୂଲ୍ୟର ଦୁଇ ମହଲା ହାଇସ୍କୁଲ କୋଠା ଏବଂ ଖେଳ ପଡିଆ ସୁରକ୍ଷିତ ରହିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରଶାନ୍ତ ଅଧିକାରୀଙ୍କୁ ବୁଝାଇଛନ୍ତି l ଏଭଳି ଏକ ବହୁ ମୂଲ୍ୟ ବିଶାଳ କୋଠା ଏବଂ ଖେଳ ପଡିଆର ଉପଯୋଗ ହୋଇ ପାରିଲେ ଅଞ୍ଚଳବାସୀ ନିଶ୍ଚିତ ଉପକୃତ ହୋଇ ପାରିବେ l ଆବଶ୍ୟକ ସ୍ଥଳେ ଏହି ପୁରୁଣା କୋଠାଟିକୁ ରାଜ୍ୟ ସରକାର କିମ୍ୱା ଅନ୍ୟ କେହି ଉପଯୋଗ କରିବାର ଭରପୁର ସମ୍ଭାବନା ରହିଛି l ଏଣୁ ଏହାକୁ ବେପରୁଆ ଭାବେ ଛାଡି ନଦେଇ କାମରେ ଲଗାଇବାକୁ କତୃପକ୍ଷଙ୍କ ଠାରେ ଦାବି କରିଛନ୍ତି ଶ୍ରୀ ସେଠୀ l ଏହି ହାଇସ୍କୁଲ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବାରୁ ଏଠାରେ ନିଶାଖୋର ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି l ଯାହାକି ପୁରାତନ ଛାତ୍ର ଏବଂ ସ୍ଥାନୀୟ ବୁଦ୍ଧିଜୀବିଙ୍କ ଚିନ୍ତାର କାରଣ ପାଲଟିଛି l ଏ ଦିଗରେ ଆର ଏସ ପି କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି l ଏହି ପରିତ୍ୟକ୍ତ ବିଦ୍ୟାଳୟ ପଛ ଖେଳ ପଡିଆର ଉନ୍ନତି କରଣ ସହ ଦକ୍ଷିଣ ରାଉରକେଲା ଅଂଚଳର ଅନ୍ୟ ତଥା ଅନୁରୂପ ପଡିଆର ଗୁଡିକର ଉନ୍ନତିକରଣ ସହ ବିଦ୍ୟୁତ ବ୍ୟବସ୍ଥା କରିବାକୁ ପ୍ରଶାନ୍ତ ଦାବି କରିଛନ୍ତି l ଏହି ଅଂଚଳର ଅନେକ କ୍ରୀଡା ପ୍ରତିଭା ରହିଥିବା ବେଳେ ଖେଳ ପଡିଆ ଗୁଡିକର ଉନ୍ନତି କରଣ କରାଗଲେ ଅନେକ ସୁବିଧା ସୁଯୋଗ ସୃଷ୍ଟି କରାଯାଇ ପାରିବ ବୋଲି ପ୍ରଶାନ୍ତ ଆଶା ବ୍ୟକ୍ତ କରିଛନ୍ତି l ଆର ଏସପି ସହର ସେବା ମୁଖ୍ୟଙ୍କ ସହ ଆଲୋଚନା କାଳରେ ଏହି ଟାଉନସିପ ଅନ୍ତର୍ଗତ ଆଇ ଡି ଏଲ ଛକ ନିକଟରୁ ଉପର ବାଲିଯୋଡି କାଳୀ ମନ୍ଦିର ରାସ୍ତା ନିର୍ମାଣ ପାଇଁ ମଧ୍ୟ ଦାବି କରାଯାଇଛି l ଏ ଦିଗରେ କର୍ତ୍ତୃପକ୍ଷ ଯତ୍ନବାନ ହେବା ସହ ଉପରୋକ୍ତ ଦାବି ଗୁଡିକ ପୂରଣ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ତଥା ଜିଲା ସଂଘଠନ କୁ ନିର୍ବାଚିତ ସଦସ୍ୟ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଜିଲ୍ଲାରେ ପ୍ରଥମ ଧାନମଣ୍ଡି ଉଦ୍ଘାଟିତ

Sunil Chandra Nayak

ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ ତାଳୁକା ଆଇନ ସହାୟତା କେନ୍ଦ୍ର ତରଫରୁ ମହିଳା ହିଂସା ଏବଂ ଅଶ୍ଳୀଳ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!