ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀଙ୍କ ଜନନୀ ସମ୍ପର୍କ ଅଭିଯାନ

ସମାଜସେବୀଙ୍କ ଜନନୀ ସମ୍ପର୍କ ଅଭିଯାନ

ରାଉରକେଲା/ ସମାଜସେବୀ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ର ସେକ୍ଟର ୧ ସ୍ଥିତ କଲ୍ୟାଣୀ ବସ୍ତି ଅଞ୍ଚଳ ପରିଦର୍ଶନ କରି ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଥିଲେ | ମା ଭଉଣୀ ମାନେ ଅଞ୍ଚଳ ଏବଂ ଅଞ୍ଚଳ ର ରହୁଥିବା ଜନସାଧାରଣ ଙ୍କ ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ଶ୍ରୀ ସେଠୀଙ୍କୁ ଅବଗତ କରାଇଥିଲେ | ଅଞ୍ଚଳ ରେ ବହୁ ବୁଢା,ବୁଢ଼ୀ,ବିଧବା,ଭିନ୍ନକ୍ଷମ ଅଛନ୍ତି ଯେଉଁ ମାନେ ସରକାର ଙ୍କ ଅନ୍ତର୍ଭୁକ୍ତ ଯୋଜନା ଭତ୍ତା ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି ଏବଂ ବହୁ ଗରିବ ପରିବାର ଅଛନ୍ତି ଯେଉଁ ମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି ଏପରି ସ୍ଥିତି ରେ ମା ଭଉଣୀ ମାନଙ୍କୁ ସରକାର ଙ୍କ ର ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇବା ସହିତ ଯୋଜନା ସବୁ କେଉଁ କେଉଁ ଉପାୟରେ ସରକାରୀ ସ୍ତରରେ ଅନ୍ତର୍ଭୁକ୍ତ ହୋଇପାରିବ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ ଏବଂ ମା ଭଉଣୀ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ଏହି ଅଞ୍ଚଳ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସରକାର ଙ୍କ ସହଯୋଗରେ ସମସ୍ୟା ର ସମାଧାନ କରିବେ ବୋଲି ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାଇଜାଗ ଇସ୍ପାତ କାରଖାନାର ଦୁର୍ଘଟଣା ନେଇ ରାଉରକେଲା ମଜଦୁର ସଭାର ଉଦବେଗ ପ୍ରକାଶ

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ , ଚଳିତ ବର୍ଷ ନାମଲେଖା ହେବ

Sunil Chandra Nayak

ପ୍ରାକ୍ତନ ଉପବାଚସ୍ପତି ତଥା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ବିୟୋଗରେ ଶୋକ 

masiha

Leave a Comment

error: Content is protected !!