ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ପକ୍ଷରୁ ଦୂର୍ନିତୀ ବିରୋଧରେ ଜନଆକ୍ରୋଶ ଶୋଭା ଯାତ୍ରା ଓ ବ୍ଲକ ଘେରାଉ

ବିଜେପି ପକ୍ଷରୁ ଦୂର୍ନିତୀ ବିରୋଧରେ ଜନଆକ୍ରୋଶ ଶୋଭା ଯାତ୍ରା ଓ ବ୍ଲକ ଘେରାଉ 

  ମୟୂରଭଞ୍ଜ – ୩୦/୧୧ ( ମସିହା)ରାଜ୍ୟ ରେ ଚାଲିଥିବା ଦୁର୍ନୀତି , ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମୀ ବ୍ଲକ ବିଜେପି ତରଫରୁ ଜନ ଆକ୍ରୋଶ ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମ ବାଦାମ ପାହାଡ଼ ମଣ୍ଡଳ ସଭାପତି ଶ୍ରୀ କିର୍ତ୍ତନ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ବାଦାମ ପାହାଡ଼ ଅଧିଷ୍ଠାତ୍ରୀ ଦେବୀ ମା’ବନଦୁର୍ଗା ମନ୍ଦିର ନିକଟରୁ ବହୁ ସଂଖ୍ୟାରେ ବିଜେପି କର୍ମୀ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବାଦାମ ପାହାଡ଼ ବଜାର ପରିକ୍ରମା କରି କୁସୁମୀ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଯଶିପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝି, ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ , ଜିଲ୍ଲା ଉପସଭାପତି ବିପିନ୍ ମହାନ୍ତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୋନାଲି ମହାନ୍ତ, ବାଦାମ ପାହାଡ଼ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଗ଼ଙ୍ଗା ରାଣୀ ହାଁସଦା, କୁସୁମୀ ମଣ୍ଡଳ ସଭାପତି ରୂପାଇ ମାଝୀ ଆଦି ନେତୃବୃନ୍ଦ ଯୋଗ ଦେଇ ଥିଲେ। ନେତୃବୃନ୍ଦ ସରକାରଙ୍କ ଦୁର୍ନିତୀ, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଉପରେ ବର୍ଷିଥିଲେ। କେନ୍ଦ୍ର ସରକାରଙ୍କ ଯୋଜନା କୁ ହଡ଼ପ କରି ରାଜ୍ୟ ସରକାର ନିଜର ମୋହର ମାରି ଲୋକଙ୍କୁ ଭକୁଆ ବନାଉଥିବା କହିଛନ୍ତି। ସେମାନଙ୍କ ମୁଖ୍ୟ ଦାବି ଗୁଡିକ ଥିଲା ବାଦ୍ ପଡ଼ିଥିବା ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା ଆଦି ଯୋଗାଇଦେବା , ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ରେ ଖର୍ଚ୍ଚ ହେଉଥିବା ଟଙ୍କା ପଞ୍ଚାୟତ ମାଧ୍ୟମରେ କରାଯିବା , ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଠାଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବର୍ଷିଥିଲେ। ଅନ୍ୟାନ୍ୟ ବିଜେପି କର୍ମୀ ମଧ୍ୟରେ ରାଜେନ୍ଦ୍ର ବାରିକ, ଜଗନ୍ନାଥ ମୁର୍ମୁ, ଟିଟୁ ଶର୍ମା, ପ୍ରଦିପ ସାହୁ, ହରି ପ୍ରସାଦ ସାହୁ, ସୁମନ୍ତ ବାରିକ , ମହେନ୍ଦ୍ର ପୃଷ୍ଟି ଆଦି ଶତାଧିକ ବିଜେପି କର୍ମୀ ନେତୃତ୍ବରେ ଜନ ଆକ୍ରୋଶ ଶୋଭା ଯାତ୍ରା ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନାରାୟଣ ପାଟଣାରେ ବିଜେପିର ମିଶ୍ରଣ ପର୍ବ 

Sunil Chandra Nayak

କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ବିରୋଧରେ ଵିଜାତଳା ବିଜେଡି ବ୍ଳକ ସ୍ତରୀୟ ବିକ୍ଷୋଭ ଓ ଗଣ ଧାରଣା

Sunil Chandra Nayak

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

masiha

Leave a Comment

error: Content is protected !!