ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରିମା-୨୦୨୨…..ଆସନ୍ତା ୨ ତାରିଖରେ

ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ‘ ଗରିମା- ୨୦୨୨’ ଆସନ୍ତା ଏପ୍ରିଲ ମାସ ୨ତାରିଖ ଦିନ ସିଭିକ ସେଣ୍ଟର ଠାରେ ସଂଧ୍ୟା ୬ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏନେଇ ସେକ୍ଟର ୨ ସେହେନାଇ ମଣ୍ଡପ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ଅଧ୍ୟକ୍ଷ ସୁନିଲ କାୟଲ ଓ ସାଧାରଣ ସଂପାଦକ ଶଙ୍କର ଜେନା ସାମ୍ବାଦିକ ଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଚଳିତ ବର୍ଷ ଗରିମା ୨୦୨୨ର ଚତୁର୍ଥ ସଂସ୍କରଣ କୋଭିଡ ନିୟମ ଅନୁସାରେ ପାଳନ କରାଯାଇ ସିଭିକ ସେଣ୍ଟର ଠାରେ ଆୟୋଜିତ ହେବ। ମହିଳା ସଶକ୍ତି କରଣ ଓ ମହିଳାଙ୍କ ମଧ୍ୟରେ ଥିବା ପ୍ରତିଭା କୁ ବିକଶିତ ତଥା ଲୋକଲୋଚନକୁ ଆଣିବା ଓ ଓଡିଶାର ବିଭବମୟ ସଂସ୍କୃତିକୁ ମନେପକାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର, ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଓ ଏନଏସପିସିଏଲ ର ଅଧିକାରୀ ପ୍ରତିଭା ସିଂ ଅତିଥି ଭାବେ ଯୋଗ ଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା କୁନ୍ତି ପ୍ରଧାନ, ସମାଜସେବୀ ମାତିଲଦା କୁଲୁ,ସମାଜସେବୀ ପ୍ରେମା ଦାସ,କୁନି କଳାକାର ଶ୍ରେୟା ମହାନ୍ତିଙ୍କୁ ଗରିମା ୨୦୨୨ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯିବ।  ଏହି କାର୍ଯ୍ୟକ୍ରମ ରେ ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ଗୁଡିକର ଅଧିଷ୍ଠିତ ଦେବୀଙ୍କ ପ୍ରତୀକାତ୍ମକ ରୂପ ପ୍ରଦର୍ଶିତ ହେବ। ଏହା ସହ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ, ସଂଗୀତ, ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ, ସମ୍ବର୍ଦ୍ଧନା ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଗତ ବର୍ଷ ଭଳି ଆକର୍ଷଣୀୟ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଛି। ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟା ମୀନାକ୍ଷୀ ଧରଙ୍କ ବିୟୋଗରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାୟଲ ଓ ଶ୍ରୀଜେନାଙ୍କ ବ୍ୟତୀତ ମମତା ନାୟକ, ସସ୍ମିତା ଜେନା, ଶାନ୍ତିଲତା ବାରିକ, ପ୍ରଣତୀ ଜେନା, ଦୀପିକା ଦେ,ସିଲି ମହାନ୍ତି, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ସୁମିତ୍ରା ଦାଶ,ମମତା ଦାସ,ବନ୍ଦନା ପଟ୍ଟନାୟକ, ସରିତା ମଲ୍ଲ,ମୋନାଲିସା ସାହୁ, ମୋନାଲିସା ଗୌଡ,ଶର୍ମିଲା ରାଜଗୁରୁ, ଡା ଅର୍ଚ୍ଚନା ବାରିକ, ରଶ୍ମିତ ସାହାଣୀ, ନିହାରିକା ବସ୍ତିଆ,କୁଞ୍ଜବିହାରୀ ରାଉତ, ଡି ନାରାୟଣ ରାଓ, ଦୀପକ ପଣ୍ଡା, ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି, ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ

Sunil Chandra Nayak

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା, ପରିଚାଳନା ପାଇଁ ସୃଷ୍ଟି ହେବ ୫୬୩ଟି ନୂଆ ପଦବୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!