ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଲାଞ୍ଜିଗଡ଼ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

,ଲାଞ୍ଜିଗଡ,(01/12/23)ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଲାଞ୍ଜିଗଡ଼ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ଶଶାଙ୍କ ପାତ୍ର,ବ୍ଲକ ଅଧକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ରମ, ଡିଏସଏସସୋ ବିରେନ୍ଦ୍ର କହଁର, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ, ପାହାଡ଼ପଦର ସମିତି ସଭ୍ୟ ଜଗଦିଶ ବେନିଆଁ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରି ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଶିବିରର ଉଦେଶ୍ୟ ବୋଲି କହିଥିଲେ। ଶିବିରରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୪୭ ଜଣ ଭିନ୍ନକ୍ଷମ ବ୍ୟକ୍ତି ନାମ ପଞ୍ଜିକୃତ କରିଥିଲେ । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ବସ୍ ପାସ୍, ଜଣଙ୍କୁ ଆଶାବାଡି ଓ ୨ଜଣଙ୍କୁ ଟ୍ରାଇ ସାଇକେଲ, ୩ଜଣଙ୍କୁ ହ୍ୱାଇଲ୍ ଚେୟାର ପ୍ରଦାନ କରାଯାଇଛି । ଏହି ଶିବିରରେ ୧୦ ଗୋଟି ଷ୍ଟଲ ଖୋଲାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା । ଶିବିରରେ ଜିଲ୍ଲା ଚିକିତ୍ସାଳୟର ଡାକ୍ତରମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ବିଶ୍ଵନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ସାହୁ, ବିପିଏ ଜିତୁ ପୋଡ଼,ଲାଞ୍ଜିଗଡ଼ ଯୋଗାଣ ସହାୟକ ରାଜେନ୍ଦ୍ର ମହାଖୁଡ଼, ପୋଖରୀବନ୍ଧ ଯୋଗାଣ ସହାୟକ କୁଳମଣି ବେହେରା, ଛତ୍ରପୁର ଯୋଗାଣ ସହାୟକ ମିଥୁନ ମହାଖୁଡ଼, ବନ୍ଦପାରୀ ଯୋଗାଣ ଚନ୍ଦ୍ର ମଣି ଗଉଡ଼ ଡିଇଓ ପବିତ୍ର ବେହେରା, ଆଶିଷ ମୁଗୁରୀ, ଲକ୍ଷଣ ନାୟକ,ପିଏ ପିତବାସ ସାହୁ, ଏସ୍ ଏ ଜଗଜୀବନ ମାଝୀଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ।

ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

ଫେସବୁକ ଗ୍ରୁପ “ଆମ ପରିବାର” ପକ୍ଷରୁ ସେବାକାର୍ଯ୍ୟ

masiha

କଲମପୁର ଥାନାକୁ ପୁରିଲା ଦୁଇ ବର୍ଷ ,ବଦଳି ହେଲେଣି ଚାରି ଥାନାଧିକାରୀ, ଫାଣ୍ଡି ଅଧିକାରୀ ଉପରେ ଥାନା ଦାୟିତ୍ୱ,ପଞ୍ଚମ ଥାନାଧିକାରୀଙ୍କୁ ଅପେକ୍ଷା

masiha

Leave a Comment

error: Content is protected !!