ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସକାଳ ର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ୍ସ ଦିବସ ପାଳନ

ସକାଳ ର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ୍ସ ଦିବସ ପାଳନ

ରାଉରକେଲା/ ଦୈନିକ ସକାଳ ର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ୍ସ ଦିବସ ପାଳନ ହୋଇଯାଇଛି। ସକାଳ ର ରାଉରକେଲା ପ୍ରତିନିଧି ଦେବବ୍ରତ ପଟ୍ଟନାୟକ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର ଡ଼ଃ ଉମାମହେଶ୍ବର ରାଓ, ସମ୍ମାନିତ ଅତିଥି ଭାବେ ଡିଏଫଓ ଯଶୋବନ୍ତ ସେଠୀ, ରାଜ୍ୟ ଯୁବ କଲ୍ୟାଣ ବିଭାଗର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନବିହାରୀ ଦାସ ଓ ସାମ୍ବାଦିକ ଅବନୀ ରଞ୍ଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଏଡ୍ସ ସଚେତନତା ପାଇଁ ତଥା ଅନୁଷ୍ଠାନର ସ୍ଵନକ୍ଷତ୍ର ପାଇଁ ସକାଳ ୭ଟାରୁ ଏକ ମିନି ମାରାଥନ ଆମ୍ବାଗାନ ଛକରୁ ବାହାରି ସେକ୍ଟର ୨ ଦୁର୍ଗା ପୂଜା ପଡିଆ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ଅନିଲ ମଲ୍ଲିକ ଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏଡ୍ସ ସମ୍ପର୍କିତ ଏକ କ୍ଷୁଦ୍ର ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା କଳାକାର ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତଙ୍କ ମଧ୍ୟରେ ସମାଜସେବୀ ଶଙ୍କର ଜେନା, ଡ଼ଃ ସରିତା ମଲ୍ଲ, ନୀଳାମ୍ବର ପୁହାଣ, କେଦାର ହସ୍ପିଟାଲର ଶ୍ରୀ ବାଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗରିମା ପରିବାରର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ନବଭାରତ ସାକ୍ଷରତା କର୍ମଶାଳା

Sunil Chandra Nayak

ମର୍ମନ୍ଦୁନ୍ତ ଦୁର୍ଘଟଣା,  ଜଣେ ମୃତ ପାଞ୍ଚଜଣ ଗୁରୁତର

masiha

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରେ ଜିଲ୍ଲା ରୁ ଶିରିଡି -ନାସିକ ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରl ଆରମ୍ଭ କଲେ ୧୮୫ଜଣ ବରିଷ୍ଠ ନାଗରିକ

masiha

Leave a Comment

error: Content is protected !!