ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକକୁ ଧକା ଦେଲା ପିକପ 

ବାଇକକୁ ଧକା ଦେଲା ପିକପ 

କାମାକ୍ଷାନଗର (ମନିସ )1/12/23 // ଘଟଣା ସ୍ଥଳରେ ବାଇକ ଚାଳକ ମୃତଥିବା ଦେଖିବାକୁ ମିଳୁଛି ଏବଂ ଅନ୍ୟ ଜଣେ ଗୁରୁତରଅବସ୍ଥାରେ ମେଡିକାଲ ରେ ଭର୍ତି.। ଗୁରୁତର ବ୍ୟକ୍ତି କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲ ରେ ଭର୍ତି କରାଯାଇଛି । ଅଧିକ ଗୁରୁତ୍ୱ ର ହେବାରୁ ଡା ଢେଙ୍କାନାଳ ମୁଖ୍ୟ ହସ୍ପିଟାଲ କୁ ପଠାଇଥିଲେ।ଘଟଣା ସ୍ଥଳରୁ ପିକପଟି ଦୁର୍ଘଟଣା ଘଟାଇ ଭ୍ୟାନ ଫେରାର ଥିବା ଦେଖିବାକୁ ମିଳିଥିଲା। ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅର୍ନ୍ତଗତ ବାମ ପଞ୍ଚାୟତ ଗୋବରୀ ଛକ ନିକଟରେ ଏହି ଘଟଣା ଟି ଘଟିଥିବା ଦେଖିବାକୁ ମିଳିଛି। ଲୋକମାନଙ୍କ କହିବା ଅନୁଯାୟୀ ସେଇ ପିକଅପ ଟି କଙ୍କଡ଼ାହାଡ଼ ବ୍ଲକ ମକୁଆ କାଟେଣୀ ଗ୍ରାମ ରୁ ବୋଲି ଜଣାପଡିଛି। ଉକ୍ତ ପିକଅପ ଟି ଦୁର୍ଘଟଣା ଘଟାଇ ଧୃତ ଗତିରେ ବାମ ଗ୍ରାମ ପଂଚାୟତ ଦେଇ ଫେରାର ହୋଇ ଯାଇଥିଲା।ମୃତ ବ୍ୟକ୍ତି ଜଣକ ହେଲେ ଡୋଲିଆ ଗାଁ ର ସୁମନ ସିଂହ ବୁଲି ସୂଚନା ରହିଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି ଅଧିକ ତଦନ୍ତ ଚଳାଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ 

Related posts

କଙ୍କଡାବେଡା ଗାଁ ମୁଣ୍ଡରେ ରାସ୍ତା ମରଣଯନ୍ତା 

Sunil Chandra Nayak

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ

masiha

ରାଉରକେଲାକୁ ଜି.ସି.ସି. ସହର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫୋରମ୍‍ 

Sunil Chandra Nayak

Leave a Comment

error: Content is protected !!