ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସୁରଗଡ ବସ୍କା ଅଞ୍ଚଳ କୁଶଳେଶ୍ଵର  ମାଳି ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ  

 ଅସୁରଗଡ ବସ୍କା ଅଞ୍ଚଳ କୁଶଳେଶ୍ଵର  ମାଳି ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ  

ରୁପ୍ରା, ୨/୧୨ (ମନିସ) : ନର୍ଲା ବ୍ଲକ୍ ଅଧିନ କର୍ମେ ଠାରେ   ଅସୁରଗଡ ବସ୍କା ଅଞ୍ଚଳ କୁଶଳେଶ୍ୱର ମାଳି ସମାଜର ବାର୍ଷିକ ଉତ୍ସବ ଅଞ୍ଚଳ ସଭାପତି ଶ୍ରୀ ତୀରମ୍ବିକ ନାଏକଙ୍କ   ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଶ୍ରୀ ଯୋଗୀରାମ ପୁଟେଲ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ  ସମ୍ପାଦକ ଶ୍ରୀ ହୃଦାନନ୍ଦ ପୁଟେଲ, ରାଜ୍ୟ ସଂଯୋଜକ ଶ୍ରୀ ତପିମଣି ପୁଟେଲ ପ୍ରମୁଖ ଯୋଗଦାନ କରି ସମାଜର ରୀତିନୀତି ବାବଦରେ ମତବ୍ୟକ୍ତ କରିଥିଲେ | କୋଶଳେଶ୍ୱର ଶିବ ମନ୍ଦିର କମିଟିର  ସଭାପତି ଶ୍ରୀ   ଫାଲଗୁନି ନାଏକ ମନ୍ଦିରର ପରିଚାଳନା, ପୂଜକ ସମସ୍ୟା, ଆର୍ଥିକ ସମସ୍ୟା, ମନ୍ଦିରର ବର୍ତ୍ତମାନର ସ୍ଥିତି ବାବଦରେ ବିସ୍ତୃତ ଭାବରେ ଉପସ୍ଥାପନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | କର୍ମେ ଗ୍ରାମ ସମାଜ ସଭାପତି ଶ୍ରୀ ବିଷ୍ଣୁ ନାଏକ, ଲାଖପଦର  ଗ୍ରାମ୍ୟ ସମାଜ ସଭାପତି ଶ୍ରୀ ହୀରାଧର ପୁଟେଲ  ଓ ଶ୍ରୀ ମହାଦେବ ପୁଟେଲ, ଅଞ୍ଚଳ ସଭାପତି ଶ୍ରୀ ଦିଲ୍ଲୀପ ପୁଟେଲ, ଶ୍ରୀ ପଙ୍କଜ ପୁଟେଲ, ଶ୍ରୀ ଯଶୋବନ୍ତ ପୁଟେଲ, ଶ୍ରୀ ପୁରୁଷୋତ୍ତମ ପୁଟେଲ ଓ ଶ୍ରୀ ଅକ୍ଷୟ  ନାଏକଙ୍କ ସମେତ ସମାଜର ଅନେକ  ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ଶ୍ରୀ ହେମନ୍ତ ପୁଟେଲ ପରିଚାଳନା କରିଥିବା ବେଳେ ଅଞ୍ଚଳ ସମ୍ପାଦକ ଶ୍ରୀ ଖଗେଶ୍ବର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ। 

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଏସ୍.ଏସ୍.ଡ଼ି,ଜାମଦା ରେ ଆମ ଓଡ଼ିଶା ପକ୍ଷରୁ ଭାଷାଜ୍ଞାନ,ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତା

masiha

ନିର୍ବାଚନ ସାକ୍ଷରତା କ୍ଲବ ପକ୍ଷରୁ ନିର୍ବାଚନ ସଚେତନତା ଶିବିର

Sunil Chandra Nayak

ଦଶମାଇଲି ବଜାର ଜବର ଦଖଲ ଯୋଗୁଁ ବଢୁଛି ଦୁର୍ଘଟଣା

masiha

Leave a Comment

error: Content is protected !!