ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାପୁଲୋଡା ପଞ୍ଚାୟତରେ ନିର୍ମାଣ ଧୀନ ନୂତନ ଲକ୍ଷ୍ମୀ ବସ ଷ୍ଟାଣ୍ଡ ସମ୍ପୂର୍ଣ ନିମ୍ନମାନର

କାପୁଲୋଡା ପଞ୍ଚାୟତରେ ନିର୍ମାଣ ଧୀନ ନୂତନ ଲକ୍ଷ୍ମୀ ବସ ଷ୍ଟାଣ୍ଡ ସମ୍ପୂର୍ଣ ନିମ୍ନମାନର

ବନ୍ଧୁଗାଁ ତା ୨/୧୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାପୁଲୋଡ଼ା ପଞ୍ଚାୟତରେ ନିର୍ମାଣଧୀନ ନୂତନ ଲକ୍ଷ୍ମୀ ବସ ଷ୍ଟାଣ୍ଡ ନିର୍ମାଣ ସମ୍ପୂର୍ଣ ନିମ୍ନ ମାନର କାର୍ଯ୍ୟ ଚାଲିଛି । ବନ୍ଧୁଗାଁ ବ୍ଲକ ପାଇଁ ରାଜ୍ୟ ସରକାରଙ୍କ ନୂତନ ଭାବେ ଲକ୍ଷ୍ମୀ ବସ ଅତି ଶୀଘ୍ର ଚାଲିବାକୁ ସ୍ଥାନୀୟ ପଞ୍ଚାୟତର କନିଷ୍ଟ ଯନ୍ତ୍ରୀ ପ୍ରଦୀପ କୁମାର ପୁଷ୍ଟିଙ୍କ ତଦାରଖରେ ସମ୍ପୂର୍ଣ ଭାବେ ନିମ୍ନ ମାନର କାର୍ଯ୍ୟ ଚାଲୁ ଥିବା ଦେଖିବକୁ ମିଳିଛି। ଏହି ଲକ୍ଷ୍ମୀ ବସ ଷ୍ଟାଣ୍ଡ ଟି ଟିକରପୋଡ଼ା ଗ୍ରାମରେ ଥିବା ମନୋଜ କୁମାର ସାହୁ ଙ୍କ ଦ୍ଵାରା ତିଆରି ଚାଲିଛି। ଠୀକାଦାର ଜଣକ ମାଟି ଅଧିକ ଥିବା ବାଲି, ସିମେଣ୍ଟ ପିଲର ନିର୍ମାଣ ପାଇଁ ନଦୀର ସରୁ ସରୁ ପଥର ଗୁଡ଼ି ଓ ଅଳ୍ପ ସିମେଣ୍ଟ ମିଶାଇ ନିର୍ମାଣ କରୁଛନ୍ତି। ଏହା ସହିତ ଚଟାଣ ପାଈଁ ନଦୀର ପଥର ଦେଇ ଥିବା ବେଳେ କାନ୍ଥ ଗୁଡ଼ିକରେ ଥିବା ଇଟା ଗୁଡିକ ଅଳ୍ପ ଛୁଇଁଲେ ତଳେ ଖସି ପଡୁ ଅଛି। ଲକ୍ଷ୍ମୀ ବସ କଣ କିଛି ମାସ ଚାଲି ବନ୍ଦ ହୋଇଯିବା ସନ୍ଦେହ ଏହି ପ୍ରକାର ନିମ୍ନ ମାନର ବସ ଷ୍ଟାଣ୍ଡ ନିର୍ମାଣ କରାଯାଉଛି କି। ଏହି ପରି କି ନିର୍ମାଣ ହୋଇଥିବ ପିଲୋର୍ କୁ ବାଡ଼ିରେ ଗେଞ୍ଜିଲେ ସେଠାରୁ ପଥର ଗୁଡିକ ଖସି ପଡୁଛି। ଏହି ପ୍ରକାର ନିମ୍ନ ମାନର ଲକ୍ଷ୍ମୀ ବସ ଷ୍ଟାଣ୍ଡ ନିର୍ମାଣ ହେଲେ ସେଠାରେ ଅପେକ୍ଷାରତ ଯାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ଥିବା ଯଥେଷ୍ଟ ସମ୍ଭାବନା ରହିଛି । ସ୍ଥାନୀୟ ପଞ୍ଚାୟତ ର କନିଷ୍ଟ୍ ଯନ୍ତ୍ରୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଆସନ୍ତା କାଲି କୁ ଯାଇ ତଦାରଖ କରିବି ବୋଲି ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଏହି ପ୍ରକାର ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପଞ୍ଚାୟତ ର ଅନେକ ଜନସାଧାରଣ ଓ ଜନ ପ୍ରତିନିଧି ଦେଖିବା ପରେ ତୀବ୍ର ବିରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆବାସ ଗୃହରୁ ବଞ୍ଚିତ ତୁଳସୀ ରାମ ନାଏକଙ୍କ ପରିବାର, ମାଟି କୁଡିଆ ଛାତ ତଳେ ୫/୭ ଜଣ ପରିବାରର ସଦସ୍ୟ

Sunil Chandra Nayak

ଦୁଇ ଦଶନ୍ଧିର ପରମ୍ପରାକୁ ନୂଆ ଦିଗ : ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ ଗଠନ, ସଭାନେତ୍ରୀ ହେଲେ ସରସ୍ୱତୀ ସାହୁ

Sunil Chandra Nayak

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

masiha

Leave a Comment

error: Content is protected !!