ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ବିଦ୍ୟା ନିକେତନ ର ବାର୍ଷିକ କ୍ରୀଡା ଉତ୍ସବ 

ଭାରତୀୟ ବିଦ୍ୟା ନିକେତନ ର ବାର୍ଷିକ କ୍ରୀଡା ଉତ୍ସବ 

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ର ୧୩ ତମ ବାର୍ଷିକ କ୍ରୀଡା ଉତ୍ସବ ଗତ ଶନିବାର ଦିନ ଭୈରବ ଖେଳ ପଡିଆ ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନତ କୁମାର ଯୋଶୀଙ୍କ ତତ୍ଵ।ବଧାନରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ସମ୍ପାଦିକା ମମତା ମଞ୍ଜରୀ ଯୋଶୀ ଅଧକ୍ଷତା କରିଥିଲେ ।ଏଥିରେ ପଣ୍ଡର।ମାଳି ଯୁବ ସମାଜର ସଭାପତି ଦୁର୍ଗା ପ୍ରସାଦ ନ।ଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ରାଧେ ଶ୍ୟାମ ପଣ୍ଡା ,କାଉନସିଲର ପୁଷ୍ପଲତ। ଦଣ୍ଡସେନା ପ୍ରମୁଖ ଯୋଗ ଦାନ କରି ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ଶିକ୍ଷା ଏବଂ ଜୀବନର ଲକ୍ଷ ଉପରେ ଗୁରୁତ୍ୱ ଦେଇଥିଲେ ।ଏଥିରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା ।ସହକାରୀ ଆଚାର୍ଯ୍ୟ ଶୁଭେନ୍ଦୁ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ପ୍ରଦୀପ ଧ ଙ୍ଗ ଡା ମାଝି ,ପଞ୍ଚ। ହଂସ ,ମମତା ବେହେରା ,ସତ୍ୟଭାମା ନିଆଲ ,ମୁକେଶ ନ।ଏକ ,କ୍ଷୀର।ଦି ହଂସ ,ସ୍ନେହ ମେହେର ,ମାନିନୀ ଧଙ୍ଗଡା ମାଝି ,ଭଗବତୀ ଦେଇ ,ସମୀର ଦଣ୍ଡସେନା ଏବଂ ଦେବକୀ ମଳିକ ପ୍ରମୁଖ ଯୋଗ ଦେଇ ବାର୍ଷିକ କ୍ରୀଡା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ସ୍ତରୀୟ କଳା ଉତ୍ସବରେ ଦ୍ଵିତୀୟ ପୁରସ୍କାର

masiha

ଜିଲ୍ଲା ଲେଖକ ସlମ୍ମୁଖ୍ୟର ମାସିକ ସାହିତ୍ୟ ଆସର

Sunil Chandra Nayak

ବାଲିଆପାଳ ବିକାଶ ପରିଷଦ ଦ୍ୱାରା ସାମ୍ବାଦିକ ସମିଳନୀ 

Sunil Chandra Nayak

Leave a Comment

error: Content is protected !!