ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼: ଦଣ୍ଡପାଟ ଅଞ୍ଚଳରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କମ୍ବଳ ବଣ୍ଟନ

ଧର୍ମଗଡ଼: ଦଣ୍ଡପାଟ ଅଞ୍ଚଳରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କମ୍ବଳ ବଣ୍ଟନ

ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳର ବେହେରା ଗ୍ରାମରେ ଆଜି ୫୦ଜଣ ଗରିବ ବୃଦ୍ଧ ବୃଦ୍ଧା ମାଆ ବାପା ଓ ବିକଳାଙ୍ଗ ଙ୍କୁ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି କମ୍ବଳ ବଣ୍ଟନ କରାଗଲା। ଜଗନ୍ନାଥ ସେବା ସମିତିର ବରିଷ୍ଠ ସଦସ୍ୟ କ୍ଷୀରୋଦ ବାଗ ଙ୍କ ନେତୃତ୍ଵରେ ଭବାନୀ ନାଏକ ଓ ଏକ ପ୍ରତିନିଧି ଦଳ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥଲେ।

ଧର୍ମଗଡ଼ ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ବଳରାମ ପୁଝାରୀ, ସମାଜ ସେବିକା ଭାରତୀ ବିଶି ଏହି ଅବସରରେ ଉପସ୍ଥିତ ଥିଲେ ଓ ଜଗନ୍ନାଥ ସେବା ସମିତି ର ଏଭଳି ସେବା କାର୍ଯ୍ୟକୁ ପ୍ରଂଶସା କରିଥଲେ।

ଧର୍ମଗଡ ର ଅଗ୍ରଣୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଶୀତ ଋତୁରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ ସେବା ଆରମ୍ଭ ହୋଇଛି। 

ପ୍ରକାଶ ଯୋଗ୍ୟ ଯେ,୨୦୦୮ ମସିହାରୁ ଜଗନ୍ନାଥ ସେବା ସମିତି ଜିଲ୍ଲାରେ ସେବା କାର୍ଯ୍ୟ କରିଆସୁଛି। ଗରିବ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ, ଆର୍ଥିକ ଅସ୍ଵଚ୍ଛଳ ଲୋକଙ୍କୁ ମାଗଣାରେ ପୂରୀ ଜଗନ୍ନାଥ ଦର୍ଶନ, ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ, ଗରୀବ କନ୍ୟା ରତ୍ନ ମାନଙ୍କ ବିବାହ ରେ ଆର୍ଥିକ ସହାୟତା, ଶ୍ମଶାନ ପାଇଁ ମାଗଣାରେ ଶବ ଦାହ ପାଇଁ କାଠ ଯୋଗାଣ ଏବଂ କରୋନା କାଳରେ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଓ ସୁଖା ଖାଦ୍ୟ ପ୍ରଦାନ କରି ଜଗନ୍ନାଥ ସେବା ସମିତି ଅଞ୍ଚଳରେ ସମସ୍ତଙ୍କ ର ପ୍ରୀୟଭାଜନ ହୋଇ ପାରିଛି। ଆଗକୁ ମଧ୍ୟ ଏହି ସେବା ଜାରି ରହିବ ବୋଲି ଅନୁଷ୍ଠାନ ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପୁଣି ଚମକାଇ ଦେଲେ ଝିଅ ବନିତା

masiha

ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ୫ଟି ସେବାରୁ ବଞ୍ଚିତ ,ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନ ଅସନ୍ତୋଷ

Sunil Chandra Nayak

ବଜରଙ୍ଗବାଲି ସଂଗଠନ ତରଫରୁ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!