ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟ, ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାକ୍ଷରତା ଅଭିଯାନ ପାଳିତ

ରାଉରକେଲା ମହାବିଦ୍ୟାଳୟ, ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାକ୍ଷରତା ଅଭିଯାନ ପାଳିତ 

ରାଉରକେଲା/ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ(ନୂଆ – ଓ) ତରଫରୁ ସମନ୍ଵିତ ଯୁବ କ୍ରୀଡା ଓ ବିକାଶ ଦ୍ଵାରା ଆୟୋଜିତ ସାମାଜିକ ସମ୍ମେଳନ ଦ୍ଵାରା ‘ସାକ୍ଷରତା ଅଭିଯାନ’ ସେକ୍ଟର ୬ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଆଶ୍ରମ ଠାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ପରାମର୍ଶରେ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପ୍ରଧାନ ଉକ୍ତ ଶିବିରରେ ସମସ୍ତ ବସ୍ତି ବାସିନ୍ଦା ସହ ମହାବିଦ୍ୟାଳୟର କାର୍ଯ୍ୟକର୍ତ୍ତାଙ୍କୁ ସ୍ବାଗତ କରିଥିଲେ। ଉକ୍ତ ବସ୍ତିର ବୟୋଜ୍ୟେଷ୍ଠ ବ୍ୟକ୍ତି ମୀନକେତନ ବେହେରାଙ୍କୁ ସମ୍ମାନିତ କରିଥିଲେ। କନ୍ୟା ସନ୍ତାନର ଲାଳନପାଳନ ସହ ଉପଯୁକ୍ତ ଶିକ୍ଷା ଲାଭ ଦ୍ଵାରା ସମାଜର ଉନ୍ନତି ସାଧିତ ହେବା ସଙ୍ଗେ ସଙ୍ଗେ ଦେଶ ବିକାଶରେ ନୂତନ ଦିଗଦର୍ଶନ ସୃଷ୍ଟି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ନୋଡାଲ ଅଧିକାରୀ ଅଧ୍ୟାପିକା ତପସ୍ଵିନୀ ମିଶ୍ର ନିଜ ବ୍ୟକ୍ତବ୍ୟରେ କହିଥିଲେ ,କନ୍ୟା ସନ୍ତାନ ଘରର ଲକ୍ଷ୍ମୀ,ତାକୁ ପୁଅ ସନ୍ତାନ ପରି ସମାନ ସୁବିଧା ସୁଯୋଗ ଦେବା ଆବଶ୍ୟକ ବୋଲି ମତ ଦେଇଥିଲେ।ମହାବିଦ୍ୟାଳୟର ନୋଡାଲ ଅଧିକାରୀ ଡଃ ରବୀନ୍ଦ୍ର କୁମାର ଜେନା ବସ୍ତିର ଲୋକମାନଙ୍କ ସାହାଯ୍ୟ ଓ ସହଯୋଗ ଭୁଲିହେବନାହିଁ ବୋଲି ପ୍ରଶଂସା କରିବା ସଙ୍ଗେ ସଙ୍ଗେ ବାଳିକା ଶିକ୍ଷା ଅଧିକାର ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ପୁଅ ପିଲାଟିର ଶିକ୍ଷା ଦୀକ୍ଷା ସହ କନ୍ୟା ସନ୍ତାନର ମହନୀୟ ନୈତିକ ଗୁଣ ଗରିମା ବ୍ୟାଖ୍ୟା କରିଥିଲେ । ଉଚ୍ଚ ବିଦ୍ୟାଳୟର ନୋଡାଲ ଅଧିକାରୀ ଅଧ୍ୟାପକ ବନବିହାରୀ କିସାନ କନ୍ୟା ସନ୍ତାନର ଭୂମିକା ଓ କର୍ତ୍ତବ୍ୟ ତଥା ଭାରତର ବର୍ତ୍ତମାନର ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କର ଦାୟିତ୍ଵ କଥା ଆଲୋଚନା କରିଥିଲେ। ଯୁକ୍ତ ତିନି ବିଭାଗର ସହାୟକ ନୋଡାଲ ଅଧିକାରୀ ସ୍ଥାନୀୟ ଭାଷାରେ କନ୍ୟା ସନ୍ତାନର ମାଆମାନଙ୍କୁ କନ୍ୟା ସନ୍ତାନର ଲାଳନ ପାଳନ କଥା କହିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହାୟକ ନୋଡାଲ ଅଧିକାରୀ ଅଧ୍ୟାପିକା ବୈଜୟନ୍ତୀ ବାରିକ ସାକ୍ଷରତା ଅଭିଯାନ ଅନ୍ତର୍ଗତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ପ୍ରାଧ୍ୟାପିକା ଭାରତୀ ବାରୱା,ରଶ୍ମି ପ୍ରଭା ମଥାନ , ପ୍ରାଧ୍ୟାପକ ମନୋଜ କୁମାର ଦଳେଇ, ଅଧ୍ୟାପିକା ଅଧ୍ୟାପକ ଭାବେ ମୌସୁମୀ ଦାସ, ସୁଚିସ୍ମିତା ପ୍ରଧାନ,ଅନାମିକା କୁଲ୍ଲୁ, ଭଗ୍ୟଶ୍ରୀ ମହାନ୍ତି,ଅନୁପମା ଲୁଗୁନ୍,ଆମି ଢୋଲକିଆ, ଇଞ୍ଜାମାମ୍ ଖାନ୍,ଶର୍ମିଲା ମାଝି,ସୀମା ମିଶ୍ର,ଅନିଲ କୁମାର ରାମ, ବିକ୍ରମ ସାହୁ,ସନ୍ତୋଷ ରଜାକ୍, ତରଣି ନାୟକ,ରାଜକୁମାର ସାହୁ ଆଦି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

ଉକ୍ତ ଶିବିରରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସଭା ପରିଚାଳନା କରିଥିବା ବେଳେ ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବସ୍ତି ରେ ବସବାସ କରୁଥିବା ଛୋଟ ବାଳିକା,ବାଳକ, ବୃଦ୍ଧ ବୃଦ୍ଧାଙ୍କୁ ସ୍ଲେଟ, ଖଡ଼ି, ଖାତା, ପେନସିଲ୍,ରବର୍ ସହ ଜଳଖିଆ ପ୍ରଦାନ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାଳବୈଶାଖୀ ବର୍ଷାରେ ଭିଜିଲା ମକା,ଚିନ୍ତାରେ ଚାଷୀ 

masiha

ବିଡ଼ିଓ ଙ୍କ କାର୍ଯ୍ୟ ତତ୍ପରତା ପ୍ରଂଶସନୀୟ 

masiha

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ  ସନ୍ତୋଷ ନାୟକ ସଭାପତି,ଧୀରେନ ସ୍ୱାଇଁ ସମ୍ପାଦକ 

Sunil Chandra Nayak

Leave a Comment

error: Content is protected !!