ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ଆୟପ୍ପା ସ୍ଵାମୀ ଙ୍କ ଆମ୍ବଲମ ପୂଜା ଓ ଦୀପ ଯାତ୍ରା 

ଡାବୁଗାଁ ରେ ଆୟପ୍ପା ସ୍ଵାମୀ ଙ୍କ ଆମ୍ବଲମ ପୂଜା ଓ ଦୀପ ଯାତ୍ରା 

ଡାବୁଗାଁ, ୫/୧୨ (ମ. ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ଆୟପ୍ପା ସ୍ଵାମୀ ମାନଙ୍କ ମଧ୍ୟରୁ ଗୁରୁ ସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା ଙ୍କ ବାସଭବନ ରେ ଆୟପ୍ପା ସ୍ଵାମୀ ମାନଙ୍କ ଦ୍ଵାରା ଆମ୍ବଲମ ପୂଜା ଓ ଦୀପ ଯାତ୍ରା ମହା ସମାରୋହରେ ସୋମବାର ରାତିରେ ପାଳିତ ହୋଇଯାଇଛି l ଏହି ଅବସରରେ ଗୁରୁ ସ୍ଵାମୀ ପଣ୍ଡାଙ୍କ ବାସଭବନ ଅଗଣା ରେ ଠାକୁର ଙ୍କ ସାଜ୍ଜସଜ୍ଜା ମଣ୍ଡପ ବେଶ୍ ଚିତାକର୍ଷକ ହୋଇ ଥିବା ବେଳେ ଆଲୋକ ମାଳାରେ ବହୁତ ସୁନ୍ଦର ହୋଇ ଉଠିଥିଲା l

ଏହି ମଣ୍ଡପରେ ଉମରକୋଟ ରୁ ଆୟପ୍ପା ସ୍ଵାମୀ ମାନେ ଷାଠିଏ ଜଣ, ଡାବୁଗାଁର ଆୟପ୍ପା ସ୍ଵାମୀ ୧୭ ଜଣ, ପାପଡାହାଣ୍ଡିର ଆୟପ୍ପା ସ୍ଵାମୀ ୧୦ ଜଣ ଏପରି ମୋଟ ୮୭ ଜଣ ଆୟପ୍ପା ସ୍ଵାମୀ ମାନେ ଭଜନର ତାଳେ ତାଳେ ଖାଲି ପାଦରେ ଆୟପ୍ପା ସ୍ଵାମୀଙ୍କ ସ୍ଲୋଗାନ ଦେଇ ମା ଠାକୁରାଣୀ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରାଇ ଦୀପ ଜଳାଇ, ବାଣ ଫୁଟାଇ ନିଜ ନିଜ ହାତରେ ଦୀପ ଧରି ମଣ୍ଡପ ନିକଟକୁ ଆସିଥିଲେ, ମଣ୍ଡପର ଫାଟକ ପାଖରେ ସ୍ଵାମୀ ମାନଙ୍କ ପଦ ଧୌତ କରି ଗାମୁଛାରେ ପୋଛି ମଣ୍ଡପ ପାଖକୁ ଛାଡିଥିଲେ l ମଣ୍ଡପରେ ପୂଜାର୍ଚ୍ଚନା ସହ ଭଜନ ସମାରୋହ ରେ ସମସ୍ତ ଆୟପ୍ପା ସ୍ଵାମୀ ମାନେ ମନ ଆନନ୍ଦରେ ନାଚି ଉଠିଥିଲେ l ଉକ୍ତ ସ୍ଥାନ ଭକ୍ତିମୟ ପରିବେଶ ସୃଷ୍ଟି କରି ଉପସ୍ଥିତ ପୁରୁଷ ଓ ମହିଳା ମାନଙ୍କୁ ଭକ୍ତି ରେ ମଜ୍ଜାଇ ଦେଇଥିଲେ l ବିଶେଷ ଆକର୍ଷଣ ଥିଲା ଉମରକୋଟ ଆୟାପା ସ୍ଵାମୀ ମାନଙ୍କ ଉକ୍ତ ଆମ୍ବଲମ ପୂଜା ଓ ଦୀପ ଯାତ୍ରାରେ ସ୍ଵାମୀ ଗୌତମ ସେଠୀଙ୍କ ଦଶ ବର୍ଷର ଝିଅ ପାୟଲ ନାୟକ ଆୟାପ୍ପା ସଙ୍ଗୀତ ରେ ବେଶ୍ ସୁନ୍ଦର ନାଚ ନାଚି ସମସ୍ତ ଆୟାପ୍ପା ସ୍ଵାମୀ ମାନଙ୍କୁ ଆନନ୍ଦିତ କରାଇଥିଲେ l ସମସ୍ତ ଶ୍ରଦ୍ଧାଳୁ ଭକ୍ତ ପୁରୁଷ ଓ ମହିଳା ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l କାର୍ଯ୍ୟକ୍ରମ ରାତ୍ର ୧୦ ଘଣ୍ଟା ୩୦ ମିନିଟ ରେ ଶେଷ ହୋଇ ଥିଲା, ପରେ ସ୍ଵାମୀ ମାନେ ପ୍ରସାଦ ସେବନ କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ନଟାକଟାରେ ଖୋଲିଲା ଜଳଛତ୍ର 

masiha

ଖଇରା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଓ ସମ୍ୱର୍ଦ୍ଧନା ପର୍ବ

Sunil Chandra Nayak

ନବରଙ୍ଗପୁରଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!