ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ଓ ବିଶ୍ଵମୃତ୍ତିକା ଦିବସ ପାଳିତ

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ଓ ବିଶ୍ଵମୃତ୍ତିକା ଦିବସ ପାଳିତ

 ତେନ୍ତୁଳିଖୁଣ୍ଟି ୦୫/୦୨/୨୩ //    ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା 2023 24 ପାଞ୍ଚ ଦିନ ଧରି ନବରଙ୍ଗପୁର ପୋଲିସ ପଡିଆରେ ଚାଲି ଥିଲା ଆଜି ଉଦ୍ ଯାପିତ ହୋଇ ଯାଇଛି । କୃଷି ଯନ୍ତ୍ରପାତି ମେଳା ଗତ ବର୍ଷ ଠାରୁ ସଫଳତା ପାଇପାରୁଥିବା ବିକ୍ରି ଓ କୃଷି ସବ୍ସିଡି ରୁ ଜଣାପଡୁଛି। ଏପ୍ରିଲ ମାସରୁ ଏଯାବତ କୃଷି ଯନ୍ତ୍ରପାତି 28.88 କୋଟି ଟଙ୍କା ର ବିକ୍ରି ହୋଇ 8.19 କୋଟି ଟଙ୍କା ର ସବ୍ସିଡି ହିତାଧିକାରୀ ପାଇ ଛନ୍ତି।ଏହି ପାଞ୍ଚ ଦିନରେ 1.5 କୋଟି ଟଙ୍କା ର ବିକ୍ରି ସହ ଚାଳିଶ ଲକ୍ଷ ଟଙ୍କା ର ସବ୍ସିଡି ହିତାଧିକାରୀ ଉପଲବ୍ଧ କରିଛନ୍ତି। ପୂର୍ବରୁ କୃଷି ସବ୍ସିଡି ରେ ଚାରି ରୁ ପାଞ୍ଚ ଟି ଟ୍ରାକ୍ଟର ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ 104 ଟି ସବ୍ସିଡି ଯୁକ୍ତ ଟ୍ରାକ୍ଟର ବିକ୍ରି ହୋଇପାରିଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବକ୍ତବ୍ୟ ରଖିଥିଲେ। ଦ୍ରୋନ ମାଧ୍ୟମରେ ସାର ପ୍ରୟୋଗ ର ଡେମୋ ଚାଷୀ ଙ୍କୁ ପ୍ରଦର୍ଶନ କରାଯାଇଥିଲା, ଚାଷୀଙ୍କୁ ସବ୍ଡିଡି ରେ ଦ୍ରୋନ ଯୋଗାଇ ବା ପାଇଁ ସରକାର ଚିନ୍ତା କରୁଥିବା ଜିଲ୍ଲାପାଳ କମଳ ଲୋଚନ ମିଶ୍ର କହିଥିଲେ। 

ମେଳା ପାଞ୍ଚ ଦିନ ଧରି ଚାଲିଥିବା ଏହି ମେଳା କୃଷି ଓ କୃଶକ ସଶକ୍ତି କାରଣ ବିଭାଗ ଅନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ଚାଷୀ ମାନଙ୍କ କୃଷି ରେ ଆବଶ୍ୟକ ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ମେଳାରେ ପ୍ରଦର୍ଶିତ ହୋଇଥିଲା। କୃଷି ଯନ୍ତ୍ରପାତି ଉତ୍ପାଦକ , ବିତରକ ଋଣ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ। କେଉଁ ସାମଗ୍ରୀ କେଉଁ ଯୋଜନାରେ କେତେ ପ୍ରତିଶତ ସବସିଡି ଦିଅ ଯାଉଛି ବୁଝାଇ ଦିଆଯାଇଥିଲା।

  ଆଜିର ଉଦଯାପନୀ କାର୍ଯ୍ୟକ୍ରମ ର ଜି ଭେଙ୍କଟ ରେଡ୍ଡୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ମିଶ୍ର ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅନନ୍ୟା ଦାସ ସି ଡି ଭି ଓ ଡ଼ ରାଧେଶ୍ୟାମ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟ କ୍ରମ ରେ ଅଧିକ କୃଷିଯନ୍ତ୍ରପା ତି ବିକ୍ରି କରିଥିବା ବିକ୍ରେତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାଞ୍ଚ ଦିନ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛା ତ୍ର ଛାତ୍ରୀ ଙ୍କ ମଧ୍ୟରେ କରାଯାଇଥିବା ପ୍ରତିିଯୋଗୀତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ।   

ଗୋବର୍ଦ୍ଧନସାହୁ , ତେନ୍ତୁଳିଖୁଣ୍ଟି

Related posts

କୋଇଡା ରେ ‘ଶିଶୁ ବାଟିକା ‘ ପିଲାଙ୍କ ପାଇଁ ପ୍ରବେଶ ରଥର ଶୁଭାରମ୍ଭ ଓ ସ୍କୁଲରେ ଖଡ଼ି ଛୁଆଁ ‘ ଆରମ୍ଭ 

masiha

GTV Bharat Celebrates 8th Anniversary with Grandeur

masiha

ବାଞ୍ଛାନିଧି ମହାନ୍ତି ଥିଲେ ଓଡ଼ିଶା ମାଟିର ବିଲକ୍ଷଣ ପ୍ରତିଭା

Sunil Chandra Nayak

Leave a Comment

error: Content is protected !!