ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

ଧର୍ମଗଡ ରେ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚାରିଛକ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ଠାରେ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଏବଂ ଓବିସି, ଏସଟି, ଏସସି ମିଳିତ ମଞ୍ଚ ଧର୍ମଗଡ ତରଫରୁ ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ୬୭ ତମ ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି।ସଙ୍ଘର ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ସଭାପତିତ୍ବରେ ସର୍ବପ୍ରଥମେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ ପରେ ସଙ୍ଘର ବରିଷ୍ଠ କର୍ମକର୍ତ୍ତା ଢଗ ନାଏକଙ୍କ ଦ୍ୱାରା ତ୍ରିଶରଣମ ଗାନ ପୂର୍ବକ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରଭାକର ଜାଲ,ଦିଗାମ୍ବର ଦୁରିଆ, କମଳାକାନ୍ତ ବିହାରୀ, ତ୍ରିଭୁବନ ମାଝୀ, ଫୁଲେଶ୍ୱର ସେନାପତି, ଚକ୍ରଧର ବେନୁପାଣି,ସନାତନ ଜାଲ, ଫକୀର ନାରାୟଣ ଜାଲ, ଗଜିନ୍ଦ୍ର ନିଆଲ, ମନୋଜ ବାଗ,ସୋମ୍ୟରଞ୍ଜନ ନାଏକ, ସତ୍ୟବାନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବ୍ରହ୍ମପୁର ରେଳଷ୍ଟେସନରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ମାତିଲେ ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲପାଳଙ୍କ ବାସଭବନ ସାମ୍ନାରେ ବିଛେଇ ଦେଲେ ଧାନ

Sunil Chandra Nayak

ରାଉରକେଲାରେ ପାଳନ ହେଲା ଜାତୀୟ ପ୍ରେସ୍‌ ଦିବସ

masiha

Leave a Comment

error: Content is protected !!