ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝିପିଝିପି ବର୍ଷା: ଚିନ୍ତାରେ ଧାନ ଓ କପା ଚାଷୀ

ଝିପିଝିପି ବର୍ଷା: ଚିନ୍ତାରେ ଧାନ ଓ କପା ଚାଷୀ

କର୍ଲାମୁଣ୍ଡା: ଗତ କିଛି ଦିନ ହେଲା ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଯୋଗୁଁ କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ଚାଷୀ ଚିନ୍ତିତ ହୋଇ ପଡ଼ିଛି l ଏହି ଅଞ୍ଚଳର ପ୍ରାୟ ଚାଷୀ ଧାନ ଫସଲ ଅମଳରେ ଲାଗି ପଡ଼ିଥିବା ବେଳେ ବର୍ଷା ସାଜିଛି ଦାଉ l ଫଳରେ ଅନେକ ଚାଷୀଙ୍କ ଧାନ କଟା ଅଧାରେ ରହିବା, ବିଲରେ ଧାନ ପେଟା ପଡ଼ି ରହିବା, ଧାନ ଖାରୀ ସବୁକୁ ପଲିଥିନ ଘୋଡ଼ାଇବା ସାଙ୍ଗକୁ ଅନେକ ଚାଷୀଙ୍କ ଧାନ ଭିଜିଯାଇ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି l କର୍ଲାମୁଣ୍ଡା ବ୍ଲକର କର୍ଲାମୁଣ୍ଡା, ତେରେସିଂହା, ରିଷିଡ଼ା, ପୌରକେଲା, ଗଜବାହାଲ, ରାଜପୁର, ରିଞ୍ଜା, ଏସ୍.ମାଳପଡ଼ା, ବୋରପଦର, ଯୋରାଡବରା, ସାପଲହରା ଗ୍ରାମ ପଞ୍ଚାୟତର ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ କ୍ଷତିଗ୍ରସ୍ତ ହେଉଛନ୍ତି l ସେହିପରି ରେଗଡ଼ା ଗ୍ରାମ ପଞ୍ଚାୟତ ଭୋଇରମୁଣ୍ଡା ଗ୍ରାମର ଚାଷୀ ଏବେ ମୁଣ୍ଡରେ ହାତ ଦେଲେଣି l ଏହି ଗ୍ରାମରେ ପ୍ରାୟ ୧୦୦ ଏକର ପାଖାପାଖି ଜମିରେ କପା ଚାଷ ହୋଇଛି l ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ଧଳା ସୁନା କୁହା ଯାଉଥିବା କପା ଓ ଧାନ କ୍ଷେତରେ ଧାନ ପଡ଼ି ରହିଛି l ଯାହା ଫଳରେ ଚାଷୀର ଦୁଃଖ ଦ୍ଵିଗୁଣିତ ହୋଇ ଯାଇଛି l ଏଣୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ନାମ ପଞ୍ଜିକରଣ କରି କ୍ଷତି ପୂରଣ ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହେଉଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବିଧାୟକ ଙ୍କ ସ୍ମାରକପତ୍ର ପ୍ରଦାନ 

masiha

ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

masiha

କାମାକ୍ଷାନଗର ମହାଲକ୍ଷ୍ମୀ ୟୁଥ୍ କ୍ଳବ୍ ପକ୍ଷରୁ ୭୪ ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!