ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁକୁ ଫେରିଲା ଦାଦନ ଶ୍ରମିକର ଶବ, ଶୋକାକୁଳ ପରିବେଶ ସୃଷ୍ଟି

ଗାଁକୁ ଫେରିଲା ଦାଦନ ଶ୍ରମିକର ଶବ, ଶୋକାକୁଳ ପରିବେଶ ସୃଷ୍ଟି

ନର୍ଲା (ମନିସ)ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ଲୋକନାଥ ଦୀପ ,ପିତା ସାନେ ଦୀପ ନିଜ ପରିବାର ପେଟକୁ ଗଣ୍ଡେ ଦାନା ଯୋଗାଇବା ପାଇଁ ସୁଦୂର ତାମିଲନାଡୁର କଇମ୍ବାଟୁ ସହରକୁ ଦାଦନ ଖଟିବାକୁ ଯାଇ ଥିଲେ ।ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ। ଅସୁସ୍ଥ ଲୋକନାଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଚିକିତ୍ସିତ ଅବସ୍ଥାରେ ଗତ ସୋମବାର ଦିନ ମୃତ୍ୟୁବରଣ କରିଥିବା ପରିବାର ପକ୍ଷରୁ ସୂଚନା ମିଳି ଥିଲା। ଆଜି ଗୁରୁବାର ସକାଳୁ ନିଜ ଗାଁକୁ ଲୋକନାଥଙ୍କ ଶବ ପହଞ୍ଚିଲା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକେ ଗାଁ ଶ୍ମଶାନରେ ଶବଦାହ କରିଥିଲେ। ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଘରଲୋକ ବେସାହାରା ହୋଇ ପଡ଼ିଥିବାରୁ ଆର୍ଥିକ ସହାୟତା ପାଇଁ ଦାବି ହେଉଛି। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଅଧିକାରୀଙ୍କ ସହଯୋଗରେ ସୁଦୂର ତାମିଲନାଡୁରୁ ଶବ ଫେରିବା ଓ ମୃତ ପରିବାର ବର୍ଗଙ୍କୁ ସରକାରୀ ଆର୍ଥିକ ସହାୟତା ପାଇବା ଭଳି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ତରଫରୁ ଦାବି ହେଉଛି। 

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ମସୀହା ନର୍ଲା ପ୍ରତିନିଧି

Related posts

ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଧରାକୋଟ ବ୍ଲକର ନୂତନ ଏ ବି ଡି ଓ 

Sunil Chandra Nayak

ବେଦାନ୍ତ ହସ୍ପିଟାଲରେ ମେଗା ସ୍ୱାସ୍ଥ୍ୟ ଶିବିର 

masiha

Leave a Comment

error: Content is protected !!